ବିଶ୍ୱ ଶିଶୁଦିବସ: ବସ୍ତିର ବଞ୍ଚିତ ପିଲାମାନଙ୍କ ମୁହଁରେ ଖୁସି ଭରିଦେଲା ୟୁନିସେଫ

ବିଶ୍ୱ ଶିଶୁଦିବସ: ବସ୍ତିର ବଞ୍ଚିତ ପିଲାମାନଙ୍କ ମୁହଁରେ ଖୁସି ଭରିଦେଲା ୟୁନିସେଫ

ବିଶ୍ୱ ଶିଶୁଦିବସ: ବସ୍ତିର ବଞ୍ଚିତ ପିଲାମାନଙ୍କ ମୁହଁରେ ଖୁସି ଭରିଦେଲା ୟୁନିସେଫ

News by B.Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶ୍ୱ ଶିଶୁଦିବସ ଅବସରରେ ୟୁନିସେଫ ସହିତ ପ୍ରୋସୋସିଓ(କ୍ରୀଡା ଏବଂ ଖେଳ ଫେଡେରେଶନ) ଭୁବନେଶ୍ୱରରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଉପଯୁକ୍ତ ଭାବରେ ଦର୍ଶାଇଲା ଯେ ଖେଳ କିପରି କଠିନ ପରିସ୍ଥିତିରେ ରହୁଥିବା ବାଳିକା ଏବଂ ବାଳକମାନଙ୍କ ପାଇଁ ଆନନ୍ଦ ଆଣିପାରେ । ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପିଲା ଯେଉଁମାନେ ବଞ୍ଚିତ ପୃଷ୍ଠଭୂମିରୁ ଏବଂ ବସ୍ତିରେ ରହୁଥିଲେ, ସେମାନେ ପୁରା ଦିନିକିଆ ଫୁଟବଲ ଲିଗ ମ୍ୟାଚରେ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ କିଶୋର ବାଳିକା ଏବଂ ବାଳକ କିପରି କ୍ରୀଡ଼ାରେ ନିଜର ଏକ ପରିଚୟ ସୃଷ୍ଟି କରିପାରିବେ ଓ ଦେଶ ପାଇଁ ଗୌରବ ହାସଲ କରିପାରିବେ ତାହାହିଁ ଏହିଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବ୍ରହ୍ମଗିରି ତାଙ୍କ କ୍ରିକେଟ୍ ଦିନକୁ ସ୍ମରଣ କରିଥିଲେ । ମୁଁ ଜିଲ୍ଲାସ୍ତରରେ କ୍ରିକେଟ ଖେଳୁଥିଲି । ମୋର ପିତା ମାତା ଶିକ୍ଷାବିତ୍ ହୋଇଥିଲେ ମଧ୍ୟ ସେମାନେ ମୋତେ କ୍ରିକେଟ ଖେଳିବାକୁ ଉତ୍ସାହିତ କରିଥିଲେ । ମୁଁ ଏକ ବିଧାୟକଭାବେ ନୁହେଁ ବରଂ ଜଣେ କ୍ରୀଡ଼ାବିତ ଭାବରେ ଏଠାକୁ ଆସିଛି । ଏହା ଏକ ଅଦ୍ଭୁତ ପଦକ୍ଷେପ । କ୍ରୀଡାପିଲାମାନଙ୍କୁ ନେତୃତ୍ୱ, ଶୃଙ୍ଖଳା, ଦଳଗତ କାର୍ଯ୍ୟ, ସହନଶୀଳତା, କଠିନ ପରିଶ୍ରମ ଏବଂ ସହଯୋଗ ଭଳିଗୁରୁତ୍ୱ ପୂର୍ଣ୍ଣଜୀବନ କୌଶଳର ବିକାଶ କରିବାରେ ସାହାଯ୍ୟ କରେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଉପସ୍ଥିତ ରହି ପିଲାମାନଙ୍କ ସହ କଥା ବାର୍ତ୍ତା କରିଥିଲେ । ପ୍ରତ୍ୟେକ ଶିଶୁ ବିଶ୍ୱଶିଶୁ ଦିବସରେ ନିଜର ଅଧିକାର ବିଷୟରେ ଜାଣିବା ଦରକାର ଓ ସେମାନଙ୍କର ଅଧିକାରର ସୁରକ୍ଷା ଆମର କର୍ତ୍ତବ୍ୟ । ସେମାନେ ଜାତିର ଭବିଷ୍ୟତ, ଆମେ ସେମାନଙ୍କୁ ଉଜ୍ଜ୍ୱଳ କରିବା ପାଇଁ ପ୍ରତ୍ୟେକ ସୁଯୋଗ ଦେବା ଉଚିତ୍‌, ସେମାନଙ୍କର ପସନ୍ଦର ଯେ କୌଣସି କ୍ଷେତ୍ରରେ ସାହାଯ୍ୟ କରିବା ଉଚିତବୋଲି ଡିସିପି ଶ୍ରୀ ସିଂହ କହିଥିଲେ । ଫୁଟବଲ ଫିଭର ସହିତ ଶ୍ରୀ ଯୋଶୀଙ୍କ ସହ ପିଲାମାନେ ଶାକିରାଙ୍କ ‘ୱାକା, ୱାକା’ଗୀତରେ ନାଚିଲେ । ଏହା ପୂର୍ବରୁ ସକାଳେ କ୍ରୀଡ଼ାମନ୍ତ୍ରୀ, ତୁଷାରକାନ୍ତ ବେହେରାଙ୍କୁ କିଛି ପିଲା ଭେଟିଥିଲେ । ଶ୍ରୀ ବେହେରା କହିଛନ୍ତି ଯେ, ଆଥଲେଟମାନଙ୍କୁ ଦେଶ ପାଇଁ ଗୌରବ ଆଣିବାରେ ସାହାଯ୍ୟ କରିବା ପାଇଁ ଓଡ଼ିଶା ସରକାର ବିଶ୍ୱସ୍ତରୀୟ କ୍ରୀଡ଼ା ସୁବିଧା ଏବଂ କ୍ରୀଡ଼ା ଇକୋସିଷ୍ଟମ ଗଠନ ପାଇଁ ପ୍ରତିବଦ୍ଧ । ଗ୍ରାମୀଣ ବେଲ୍ଟରେ ପ୍ରତିଭାକୁ ଟ୍ୟାପ କରିବା ଏବଂ ପଞ୍ଚାୟତ ତଥା ସ୍ଥାନୀୟସ୍ତରରେ କ୍ରୀଡାକୁ ଅଧିକ ସୁଗମ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତପ୍ରକାଶ କରିଥିଲେ । ସନ୍ଧ୍ୟାରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟଅତିଥି ଭାବରେ ଏହି ସମାରୋହରେ ଯୋଗଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱର ଆଜି ସ୍ପୋର୍ସ ହବ ହେଇଛି । ଆଜି ବିଶ୍ୱ ଫିଫା ୱାର୍ଲଡ କପ ଆରମ୍ଭ ହୋଇଛି ଆଶା କରୁଛି ଆଗାମୀ ଦିନରେ ଆପଣମାନଙ୍କ ଭିତରୁ କିଛି ଲୋକ ଖେଳିବେ । ଏହିକାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସୌର୍ଯ୍ୟରଂଜନ ପରିଜା ଉପସ୍ଥିତ ଥିଲେ । ୧୯୫୯ ମସିହାରେ ମିଳିତ ଜାତିସଂଘ ସାଧାରଣସଭା ଦ୍ୱାରା ଗ୍ରହଣ କରାଯାଇଥିବା ଶିଶୁଅଧିକାର ଘୋଷଣାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦ ରେ ବିଶ୍ୱ ଶିଶୁଦିବସ ପାଳନ କରାଯାଏ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ