ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ

ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ

ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ


କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ତେବେ ସେ ଗତ ୭ ତାରିଖରୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ହୋଇପଡ଼ିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି । ସେ ଦୀର୍ଘଦିନ ହେବ କିଡନୀ ରୋଗରେ ପୀଡିତ ଥିବାବେଳେ ନିୟମିତ ଭାବେ ତାଙ୍କର ଡାଏଲିସ୍‌ସି କରାଯାଉଥିଲା । ତେବେ ମଙ୍ଗଳବାର ଅପରାହ୍ଣରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେବା ପରେ ଗତକାଲି ସୁସ୍ଥ ଅନୁଭବ କରୁଥିଲା ବେଳେ ଆଜି ସନ୍ଧ୍ୟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଣୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ତାଙ୍କର ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି । ଓଲିଉଡ୍‌ରେ ମିହିର ଜଣେ ବରିଷ୍ଠ ତଥା ଲୋକପ୍ରିୟ ଅଭିନେତା ହୋଇଥିଲାବେଳେ ଓଡ଼ିଆ ଚଳଚ୍ଚିତ୍ର ତଥା ଟିଭି ସିରିୟଲ୍‌ରେ ଏବେ ଆକ୍ଟିଭ ରହିଛନ୍ତି । ତେବେ କିଛିମାସ ହେବ ଅସୁସ୍ଥତା ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଅଧିକ ସମୟ ଦେଇପାରୁ ନାହାନ୍ତି । ରାଜ୍ୟର ବହୁ କଳାକାର ତଥା ଫ୍ୟାନ୍ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ