ବିଲଡରଙ୍କୁ ଆଶ୍ୱସ୍ତି, ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ

ବିଲଡରଙ୍କୁ ଆଶ୍ୱସ୍ତି, ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ

ବିଲଡରଙ୍କୁ ଆଶ୍ୱସ୍ତି, ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଲଡରଙ୍କୁ ଆଶ୍ୱସ୍ତି । ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ନେଇ ରେରା ଯେଉଁ ବିଜ୍ଞପ୍ତି ଜରି କରିଥିଲା ତାହା ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଯଦି ବି ବର୍ଦ୍ଧିତ ହାରରେ ଫି’ ଆଦାୟ କରାଯାଏ, ତେବେ ବି ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନ ଆଧାରରେ ଜବାବ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର ଏବଂ ରେରାକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ୬ ସପ୍ତାହ ପରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ସୂଚନା ଥାଉକି, ୮ଟିରୁ ଅଧିକ ଫ୍ଲାଟ ନିର୍ମାଣ ହେଉଥିବା ପ୍ରୋଜେକ୍ଟ ଗୁଡିକର ପଞ୍ଜିକରଣ ଉପରେ ଫି’ ବୃଦ୍ଧିକୁ ବିରୋଧ କରି ବିଲଡର ମହାସଂଘ ବା କ୍ରେଡ଼ାଇର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି’ ବର୍ଗ ମିଟର ପିଛା ୧୦ ଟଙ୍କା ବଦଳରେ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଗତ ବର୍ଷ ଜୁଲାଇ ୨୮ ତାରିଖରେ ରେରା’ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଫି’ ନିର୍ଣ୍ଣୟ ପ୍ରସଙ୍ଗରେ ରେରା’ର କ୍ଷମତା ନଥିବା ଦର୍ଶାଇ ବିଜ୍ଞପ୍ତିକୁ ରଦ୍ଧ କରିବାକୁ ଓଡ଼ିଶା ବିଲଡର ମହାସଂଘ ମାମଲା ଦାୟର କରିଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ