ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି ପାଶ୍ୱର୍ ବିରୂପା ବ୍ରିଜ ତଳୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଖବର ପାଇ ଜଗତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତ ଦେହକୁ ଉଦ୍ଧାର କରିଥିଲା । ମିଳିଥିବା ସୂଚନା ଅନୁଯାଇ, କିଛି ଦିନ ତଳୁ ମୃତ ଦେହଟି ପଡିରହି ଥିବାର ସ୍ଥାନୀୟ ଲୋକ ନଜରକୁ ଆସିବା ପରେ ଜଗତପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ପୁଲିସ ମୃତଦେହକୁ ଉଦ୍ଧାର ପାଇ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇଛି । ମୃତ ଯୁବକର କୌଣସି ପରିଚୟ ମିଳି ନଥିବା ବେଳେ ପୁଲିସ କେସ ନମ୍ବର ୯/୨୨ ରୁଜୁ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ