ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ

ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ

ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ

News by B.Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶିଷ୍ଟ ସାମ୍ୟବାଦୀ ନେତା, ଶିକ୍ଷା ସଂଗଠକ, ସୁସାହିତ୍ୟିକ, ପୂର୍ବତନ ବିଧାୟକ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୭ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଖାରବେଳନଗରସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତାମାନେ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ସମଗ୍ର ଜୀବନ ତ୍ୟାଗ ଓ ବିପ୍ଳବର ଜୀବନ ଥିଲା । ନିଜେ ଜଣେ ସମାଜ ସଂସ୍କାରକ ଭାବେ ରାଜ୍ୟର ସମାଜ ବ୍ୟବସ୍ଥାରେ ଥିବା କୁସଂସ୍କାର ଦୂରୀକରଣ ପାଇଁ ଉଦ୍ୟମ କରିବା ସହ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହୋଇ ବହୁବାର କାରାବରଣ କରିଥିଲେ । ଦୀର୍ଘବର୍ଷ କାରାଗାରରେ ରହିବାରେ ସେ ଓଡ଼ିଶାରେ ପ୍ରଥମ ରାଜନୈତିକ ବନ୍ଦୀ ଥିଲେ । ତାଙ୍କ ଉଦ୍ୟମରେ ଜଟଣୀର ପ୍ରାଣନାଥ ହାଇସ୍କୁଲ୍ ଓ ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟ ସହ ବହୁଗୁଡ଼ିଏ ଶିକ୍ଷାନୁଷ୍ଠାନ ତାଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ପ୍ରତିଷ୍ଠିତ ହୋଇ ଶିକ୍ଷା ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଥିଲା । ଜଣେ ସାହିତ୍ୟିକ ଭାବରେ ତାଙ୍କର ବିଭିନ୍ନ ଲେଖା ସମାଜରେ ଏକ ନୂତନ ଆଲୋଡନ ସୃଷ୍ଟି କରିଥିଲା । କଂଗ୍ରେସ ଦଳ ପରିତ୍ୟାଗ କରି କମ୍ୟୁନିଷ୍ଟ ଆନ୍ଦୋଳନରେ ସେ ଯୋଗଦେଇ ଏକ ନୂତନ ପରମ୍ପରା ସୃଷ୍ଟି କରିଥିଲେ । ତାଙ୍କ ଜୀବନାଦର୍ଶ ଯୁଗେଯୁଗେ ଯୁବ ଓ ଛାତ୍ର ସମାଜକୁ ଅନୁପ୍ରାଣିତ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଦିଲ୍ଲୀପ ଦାଶଶର୍ମା, ଗିରିଜା ମହାପାତ୍ର, ସଂଜୟ ପରିଡ଼ା, ଉଇ ଫର ଭୁବନେଶ୍ୱର କର୍ମକର୍ତ୍ତା ଓ ସଭ୍ୟବୃନ୍ଦ, ମଞ୍ଜରୀଦେବୀ ପବ୍ଲିକ୍ ସ୍କୁଲ୍ ଓ ନର୍ସିଂ କଲେଜର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ପ୍ରାଣନାଥ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ