ବିନାମାପଚୁପରେ ଜବରଦସ୍ତ ଡ୍ରେନ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବିନାମାପଚୁପରେ ଜବରଦସ୍ତ ଡ୍ରେନ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବିନାମାପଚୁପରେ ଜବରଦସ୍ତ ଡ୍ରେନ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

News by Kanhu Charana Panda (Jagatpur)

#ଜଗତପୁର(ଏନ୍‍.ଏମ୍‍.): ସିଏମସି କର୍ତ୍ତୃପକ୍ଷଙ୍କ ମନମାନୀ ନୀତିକୁ ତିବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ । ଏଥି ସହିତ ସିଏମସି ଅଧିକାରୀ ଓ ୟୁଏଲବିକୁ ମଧ୍ୟ ଜନସାଧାରଣ ନିନ୍ଦା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଅଞ୍ଚଳରେ । ଏପରିକି ରାସ୍ତା ଘାଟ ମାପ ନିମନ୍ତେ ତହସିଲ ନୋଟିସକୁ ସିଏମସି ଖୋଲା ଖୋଲି ଉଲଙ୍ଘନ କରିଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ଜଗତପୁର ୪୮ନମ୍ବର ୱାର୍ଡ ଆଇବି ରୋଡ ବାଟମଙ୍ଗଳା ଗଡା ଠାରୁ ନଜରପୁର ଛକ ପର୍ଯ୍ୟନ୍ତ ରାସ୍ତା ମାପ ଚୁପ କରିବା ନିମନ୍ତେ ଟାଙ୍ଗୀ-ଚୌଦ୍ୱାର ତହସିଲ ପକ୍ଷରୁ ୨୦୨୧ ମସିହା ଜୁଲାଇ ମାସ ୧୨ ତାରିଖରେ ଚିଠି ନମ୍ବର ଏସ-୧୩୦ରେ ସିଏମ୍‌ସିକୁ ଏକ ନୋଟିସ ଜାରି କରିଥିଲେ । ତେବେ ତହସିଲ ନୋଟିସକୁ ସିଏମସି ଅଣଦେଖା କରି ରାସ୍ତା ମାପ ଚୁପ ନକରି ଜୋର ଜବରଦସ୍ତ କଂକ୍ରିଟ ରାସ୍ତା ତାଡି ଡ୍ରେନ ନିର୍ମାଣ ଆରମ୍ଭ ହୋଇଛି । ତେବେ ଏହି ଡ୍ରେନ କାମକୁ ଭୂବନପୁର ଓ ଫକିରପୁର ଅଞ୍ଚଳର ବାସିନ୍ଦାମାନେ ତିବ୍ର ବିରୋଧ କରିଛନ୍ତି । ସୂଚନାନୁଯାୟୀ, ଗତ କିଛି ଦିନ ତଳେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଭୂବନପୁର ଠାରେ ଏହି ଡ୍ରେନ ନିର୍ମାଣ କାମ ପାଇଁ ଭୂବନପୁର ଓ ଫକିରପୁର ଅଞ୍ଚଳର ମୁରବୀମାନଙ୍କୁ ନଜଣାଇ ଲୁଚାଛପାରେ ଏହି ଡ୍ରେନର ନିର୍ମାଣର ଫଳକ ମାରି ଶିଳାନ୍ୟାସ କରିଥିଲେ । ତେବେ ଗ୍ରାମବାସୀମାନେ ଏହା ଜାଣିବା ପରେ ସେହି ଫଳକଟିକୁ ସେଠାରୁ ତାଡି ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଡ୍ରେନ ହେଲେ କିଛି ଅସୁବିଧା ନାହିଁ କିନ୍ତୁ ପ୍ରଥମେ ରାସ୍ତା ମାପଚୁପ କରାଯିବାକୁ ଦାବି ହୋଇଛି । ଏହି ରାସ୍ତାର ଚଉଡା ଯେଉଁଠି ୩୦ ଫୁଟ ଥିଲା ସେଠି ବର୍ତ୍ତମାନ ୧୨ ଫୁଟ ରାସ୍ତା ରହିଛି ଆଉ ଯେଉଁଠି ୧୫ଫୁଟ ଥିଲା ସେଠାରେ ୧୦ ଫୁଟ ରାସ୍ତା ରହିଛି । ଯଦି ସେଠାରେ ଅଧିକ ଚଉଡ଼ା ଡ୍ରେନ କରାଯାଏ ତାହାଲେ ସେହି ରାସ୍ତାରେ ଯାତୟାତ କରିବା କଷ୍ଟକର ହୋଇଯିବ । ପୁନଶ୍ଚ ଡବଲ ଚଉଡ଼ା ଡ୍ରେନ ନିମପୁର ବସ୍ତି ଡ୍ରେନ ସଂଯୋଗ କରାଗଲେ ରାସ୍ତା ଉପରେ ଡ୍ରେନ ପାଣି ଲହଡି ମାରିବା ସୁନିଶ୍ଚିତ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଚୌଦ୍ୱାର-କଟକ ବିଧାୟକ, କଟକ ସିଏମସି ମେୟର, ଟାଙ୍ଗୀ-ଚୌଦ୍ୱାର ତହସିଲଦାର, ଜଗତପୁର ଥାନା ଅଧିକାରୀ,୪୮ନମ୍ବର ୱାର୍ଡ କର୍ପୋରେଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାଦ କରିଛନ୍ତି । ତେବେ ଏହି ରାସ୍ତା ଓ ଡ୍ରେନ ନିର୍ମାଣ ପୂର୍ବରୁ ରାସ୍ତାଘାଟ ମାପଚୁପ କରିବା ନିମନ୍ତେ ଫକିରପୁର ଏବଂ ଭୂବନପୁର ଅଞ୍ଚଳର ହରିହର ପଣ୍ଡା, ନାରାୟଣ ପଣ୍ଡା, ବିଶ୍ୱଜିତ ମହାନ୍ତି, ସରୋଜ ପଣ୍ଡା, ପ୍ରଦୀପ ପଣ୍ଡା, ମିହିର କୁମାର ଦାଶ, ଲଳିତେନ୍ଦୁ ଶତପଥିଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ