ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ

ବିଧାୟକଙ୍କ ଦ୍ୱାରା ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ

ଫଟୋ- ସ୍ମୃତିରଞ୍ଜନ ତ୍ରିପାଠୀ

ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ରୋଡ୍ ଇନ୍‌ଫ୍ରା ଓ ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପନଗରପାଳ ଶୁଭେନ୍ଦୁ ସାମଲ, ଚୌଦ୍ୱାର ପୌରପାଳିକା ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୌର ଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ମୁକ୍ତାର କୋର୍ଡିନେଟର ଦେବିକା ମହାନ୍ତି, କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଛାତ୍ର ସଭାପତି-ଭରତ ଚନ୍ଦ୍ର ସାହୁ, କାଉନସିଲର ଦିଲ୍ଲୀପ କୁମାର ସାହୁ, ବିଜୟ କୁମାର ମଲ୍ଲିକ, ସୁଜାତା ସାହୁ, ଦିଲ୍ଲୀପ ଭୁୟାଁ, କଲ୍ୟାଣୀ ସାହୁ, ପୂର୍ବତନ କାଉନସିଲର ସରୋଜ କୁମାର ମଲ୍ଲିକ, ଶୁଭୟ ବେଉରା, ମାନସ ରଞ୍ଜନ ସାମନ୍ତରାୟ, ଗଙ୍ଗାଧର ଖଟୁଆ, ଅଜୟ ବରାଳ, ନିତ୍ୟାନନ୍ଦ ସ୍ୱାଇଁ, ନିରଞ୍ଜନ ନାୟକ, ରଞ୍ଜନ କୁମାର ବାରିକ, ଫକିର ସାଇଁ, ସୁକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଚୌଦ୍ୱାର ପୌରାଞ୍ଚଳର ୱାର୍ଡ ନମ୍ବର ୦୬ ମୁଣ୍ଡମାଳ ଛକ ଠାରୁ ଗନ୍ଧର୍ବ କରଙ୍କ ଘର ପର୍ଯ୍ୟନ୍ତ ରାସ୍ତା ୦୮ଲକ୍ଷ ଟଙ୍କା, ୱାର୍ଡ ନମ୍ବର ୦୭ ମୁଣ୍ଡମାଳ ଗନ୍ଧର୍ବ ସାହୁଙ୍କ ଘର ଠାରୁ ଅର୍ଜୁନ ପଣ୍ଡା ଘର ପର୍ଯ୍ୟନ୍ତ ରାସ୍ତା ୦୨ ଲକ୍ଷ ୧୦ ହଜାର ଟଙ୍କା, ଏବଂ ଖଟୁଆବାଡି, ଅକ୍ଷୟ ମହାପାତ୍ର ଘର ଠାରୁ ପ୍ରଫୁଲ୍ଲ ଖଟୁଆ ଘର ପର୍ଯ୍ୟନ୍ତ ରାସ୍ତା ୦୮ଲକ୍ଷ ୫୦ହଜାର ଟଙ୍କା, ୱାର୍ଡ ନମ୍ବର ୧୦ ଜଗନ୍ନାଥପଡା ମିଶନଶକ୍ତି ଗୃହ ୦୭ଲକ୍ଷ ୦୯ହଜାର ଟଙ୍କା (ମୁକ୍ତା ଯୋଜନା), ଗୁଣ୍ଡିଚା ବିହାରର ୪ଗୋଟି ଲେନ୍ ରାସ୍ତା ୪୫ଲକ୍ଷ ଟଙ୍କା, ଜଗନ୍ନାଥପଡା ରାସ୍ତା ୦୮ଲକ୍ଷ ଟଙ୍କା, ସେହିଭଳି ୱାର୍ଡ ୧୯ନମ୍ବର ୱାର୍ଡ଼ କେଦାରେଶ୍ୱର, ମିଶନଶକ୍ତି ଗୃହ ୦୭ଲକ୍ଷ ୦୯ହଜାର ଟଙ୍କା (ମୁକ୍ତା ଯୋଜନା), ହାଉସିଂ ବୋର୍ଡ କଲୋନୀ ଫେଜ୍‌-୨, କ୍ଷୁଦ୍ର ଉଦ୍ୟାନ ସହିତ ଖୋଲା ବ୍ୟାୟାମଶାଳା ୨୦ଲକ୍ଷ ଟଙ୍କା (ମୁକ୍ତା ଯୋଜନା), ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ମୁଖ୍ୟ ରାସ୍ତା -୧୦ ଲକ୍ଷ ଟଙ୍କା, ୱାର୍ଡ ନମ୍ବର ୦୯ କପାଳେଶ୍ୱର, ବେହେରା ଗ୍ଳାସ ହାଉସ୍ ଠାରୁ ଶୁକଦେବ ପାଢୀ ଘର ପର୍ଯ୍ୟନ୍ତ ରାସ୍ତା ୦୮ଲକ୍ଷ ୮୮ହଜାର ଟଙ୍କା, ୱାର୍ଡ ନମ୍ବର ୧୩, ପାଇକାରପୁରର ତଲସାହି ରାସ୍ତା ୧୦ ଲକ୍ଷ ଟଙ୍କା, ଡ୍ରେନ- ମଙ୍ଗଳା ମନ୍ଦିର ଛକ ଠାରୁ ହରିଜନ ସାହି ଛକ ୪ଲକ୍ଷ ଟଙ୍କା, ୱାର୍ଡ ନମ୍ବର୧୫, ମୁରାଦଖାଁପାଟଣା ବାବାଜି ସାହୁ ଘର ଠାରୁ ସୁଦର୍ଶନ ସ୍ୱାଇଁ ଘର ପର୍ଯ୍ୟନ୍ତ ରାସ୍ତା ୦୭ଲକ୍ଷ ଟଙ୍କା ପ୍ରକଳ୍ପ ନିମନ୍ତେ ଶୁଭ ଦିଆଯାଇଛି । ତେବେ ଚୌଦ୍ୱାର ପୌରାଞ୍ଚଳରେ ଆଉ ଯେଉଁ ସମସ୍ୟା ରହିଯାଇଛି ତାହାକୁ ଖୁବଶିଘ୍ର ସମାଧାନ କରାଯିବ ବୋଲି ଚୌଦ୍ୱାର ଉପନଗରପାଳ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ