ବିଧାନସଭା ଭିତରେ ମିଳିଲା ଗୁପ୍ତ ସୁଡ଼ଙ୍ଗ, ଲମ୍ବ ୭ କିଲୋମିଟର୍
# ନୂଆଦିଲ୍ଲୀ(ଏନ୍.ଏମ୍.): ଦିଲ୍ଲୀ ବିଧାନସଭାରେ ଏକ ରହସ୍ୟମୟ ସୁଡ଼ଙ୍ଗର ସତ୍ତା ମିଳିଛି । ବିଧାନସଭାର ଏକ ପାର୍ଶ୍ୱରୁ ଏହାର ପ୍ରବେଶ ପଥ ଚିହ୍ନଟ ହୋଇଛି । ଏହି ସୁଡଙ୍ଗର ଲମ୍ବ ପ୍ରାୟ ୭ କିଲୋମିଟର୍ ହେବ ବୋଲି କୁହାଯାଉଛି, ଯାହା ଏଠାରୁ ଲାଲକିଲ୍ଲାକୁ ସଂଯୋଗ କରିଥିବା କୁହାଯାଉଛି । ପ୍ରାୟ ୩ ଫୁଟ୍ ଓସାରର ଏହି ସୁଡ଼ଙ୍ଗ ବ୍ରିଟିଶ ସମୟର ବୋଲି ଅନୁମାନ କରାଯାଉଛି ।
ଗତ ଗୁରୁବାର ଏହା ଉପରେ ଦିଲ୍ଲୀ ବିଧାନସଭା ବାଚଷ୍ପତି ରାମନିବାସ ଗୋୟଲ୍ କହିଛନ୍ତି, ଏହି ସୁଡ଼ଙ୍ଗ ଲାଲକିଲ୍ଲାକୁ ସଂଯୋଗ କରୁଛି । ସୁଡ଼ଙ୍ଗର ଗୋଟିଏ ଅଂଶ ତ ମିଳିଗଲା, କିନ୍ତୁ ଏହାକୁ ଆଉ ଆଗକୁ ଖୋଳା ଯାଇନାହିଁ । କାରଣ ମେଟ୍ରୋ ଓ ସିଭର ଭଳି ପରିଯୋଜନା କାରଣରୁ ସୁଡ଼ଙ୍ଗର ସମସ୍ତ ରାସ୍ତା ଶେଷ ହୋଇଯାଇଥିବାର ଆଶଙ୍କା ରହିଛି । ତେବେ ଏହି ସୁଡ଼ଙ୍ଗକୁ ନେଇ ଇତିହାସ ପୃଷ୍ଠାରେ ସେଭଳି କୌଣସି ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ଯେଉଁଭଳି ଭାବେ ଏହାର ଷ୍ଟ୍ରକଚର ରହିଛି, ଏଥିରୁ ଅନୁମାନ କରାଯାଇପାରେ ଯେ, ଏହା ଇଂରେଜଙ୍କ ଦ୍ୱାରା ବ୍ୟବହାର କରାଯାଉଥିବ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହାର ଖୋଦେଇ କାମ ଆରମ୍ଭ ହୋଇଛି । କିଛି ଫୁଟ୍ ଖୋଲା ଯିବା ପରେ ଏଥରେ ପଥର ପ୍ୟାକିଂ ଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ ଆହୁରି ଗବେଷଣା କରାଯିବା ପରେ ଅନୁଧ୍ୟାନ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ୧୯୯୦ ମସିହାରେ ଦିଲ୍ଲୀ ବିଧାନସଭାରେ ଏକ ସୁଢ଼ଙ୍ଗ ଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହା ସଠିକ୍ ଭାବେ କେଉଁଠି ଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା ବୋଲି ଦିଲ୍ଲୀ ବାଚସ୍ପତି ଶ୍ରୀ ଗୋଏଲ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଭିତରେ ଥିବା ସୁଡ଼ଙ୍ଗ ଓ ଫାଶୀ ଘରକୁ ଖୋଲା ଯାଉନଥିଲା; ମାତ୍ର ୭୫ତମ ସ୍ୱାଧୀନତା ପୂର୍ତ୍ତି ପାଳନ ଅବସରରେ ଏହି ସୁଡ଼ଙ୍ଗ ପଥ ସନ୍ଧାନ ମିଳିଥିବାରୁ ଏହାକରେ ତୀର୍ଥସ୍ଥାନରେ ପରିଣତ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ସେ କହିଛନ୍ତି, ପର୍ଯ୍ୟଟନ ବିଭାଗ ଶନିବାର ଓ ରବିବାର ବିଧାନସଭାରେ ଲୋକଙ୍କୁ ଆସିବା ପାଇଁ ଅନୁମତି ଦିଆଯିବା ଦରକାର । ଏହି ଆଧାରରେ ବିଧାନସଭାର ଫର୍ମାଟ୍ ପ୍ରସ୍ତୁତ କରାଯାଉଛି ବୋଲି ରାମନିବାସ କହିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କଠୁ ବର୍ତ୍ତିବା ପାଇଁ ଓ ଲାଲକିଲ୍ଲାରୁ ଏହି ଅଞ୍ଚଳକୁ ଖୁବ୍ କମ୍ ସମୟରେ ଚଳପ୍ରଚଳ କରିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ବିଚାର ପରେ ଫାଶୀ ଦେବା ପାଇଁ କିମ୍ବା ବନ୍ଦୀ କରିବା ପାଇଁ ଲାଲକିଲ୍ଲାକୁ ନେବାକୁ ଏହି ଟନେଲକୁ ଆପଣାଉଥାଇ ପାରନ୍ତି । କୋଲକାତାରୁ ଦିଲ୍ଲୀକୁ ରାଜଧାନୀ ୧୯୧୨ରେ ସ୍ଥାନାନ୍ତର ହୋଇଥିଲା । ସେହି ସମୟରେ ଏହି କୋଠା ସେଣ୍ଟ୍ରାଲ ଲେଜିସଲେଟିଭ୍ ଭାବେ କାର୍ଯ୍ୟ ଚାଲୁଥିଲା । ପରେ ୧୯୨୬ରେ ଏହି କୋଠା ଇଂରେଜ ସରକାରଙ୍କ କୋର୍ଟ ଭାବେ କାର୍ଯ୍ୟ କରୁଥିଲା । ତେଣୁ କଏଦୀଙ୍କୁ ଏହି ରାସ୍ତା ଦେଇ ଲାଲକିଲାକୁ ନିଆଯାଇ ବନ୍ଦୀ ରଖାଯାଉଥିଲା ବୋଲି ବି ଅନୁମାନ କରାଯାଉଛି ।