ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !


ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଳକ୍ ଠାରେ ବିଦ୍ୟୁତ ବିଭାଗର କାମ କରୁଥିଲା ବେଳେ ହଠାତ ଲାଇନ୍ ମ୍ୟାନଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଜୟନ୍ତ ଦାସ ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜୟନ୍ତ ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ଅଞ୍ଚଳର ବିଦ୍ୟୁତ ବିଭାଗରେ କାମ କରନ୍ତି । ସେ ଆଜି ଲାଇନ ସର୍ଟଡାଉନ କରି କାମ କରୁଥିବାବେଳେ କୌଣସି କାରଣରୁ ହଠାତ ଲାଇନ ଚାର୍ଜ ହୋଇଯିବାରୁ ହଠାତ୍ ତଳେ ପଡିଯାଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲ୍ ଚିକିତ୍ସା ପାଇଁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତଘୋଷଣା କରିଥିଲେ । ତେଣୁ ତାଙ୍କ ପରିବାର ଓ ଅଞ୍ଚଳବାସୀ ଜୟନ୍ତଙ୍କ ମୃତ ଶରୀର ବହୁଗ୍ରାମ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ତେବେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିବା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ତେବେ ଲୋକେ କ୍ଷତିପୂରଣ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ