ବିଜେପି ପକ୍ଷରୁ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା: ରାଜଲକ୍ଷ୍ମୀ ଦାସଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଦାୟିତ୍ଵ

ବିଜେପି ପକ୍ଷରୁ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା

ରାଜଲକ୍ଷ୍ମୀ ଦାସଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଦାୟିତ୍ଵ

News by NR Choudhury (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ରାଜ୍ୟ ସଂଯୋଜିକା ନାମ ତାଲିକା ଘୋଷଣା କରାଯାଇଛି । ଏଥିରେ ୬ଜଣ ଉପ ସଭାନେତ୍ରୀ, ୨ ଜଣ ସାଧାରଣ ସମ୍ପାଦିକା, ୫ ଜଣ ସମ୍ପାଦିକା, ୧ କାର୍ଯ୍ୟାଳୟ ସମ୍ପାଦିକା, ୧ କୋଷାଧ୍ୟକ୍ଷା ପଦାଧିକାରୀ ନାମ ଘୋଷଣା କରାଯାଇଛି । ୨୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ୧୭ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ବିଭିନ୍ନ ନାମ ତାଲିକା ଘୋଷଣା କରିଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ମାର୍ଶାଘାଇ ୨୫ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନି ରାଜଲକ୍ଷ୍ମୀ ଦାସଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଦାୟିତ୍ୱ ଦେଇଛି ବିଜେପି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ସବୁବେଳେ ଲୋକଙ୍କ ସମସ୍ୟା ବୁଝୁଥିବା ଏବଂ ଲୋକଙ୍କ ଦୁଃଖରେ ଦୁଃଖୀ ହେଉଥିବା ରାଜଲକ୍ଷ୍ମୀ ଦାସ ଆଗକୁ ନୂଆ ଦାୟିତ୍ୱ ପାଇବା ପରେ ନିଜର ସେବା ମନୋବୃତି ଏବଂ କର୍ତ୍ତବ୍ୟ ପରାୟଣତା ବଜାୟ ରଖିବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *