ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ

ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ

ଜେଲରୁ ଫେରିବାବେଳେ କ’ଣ କହୁଛନ୍ତି ବିଜୟ ଦଳବେହେରା…  ଦେଖନ୍ତୁ ଭିଡିଓ…

ବଡ଼ମ୍ବା(ଏନ୍‍.ଏମ୍‍.): ଦୀର୍ଘ ଦିନ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ବିଜେପି ନେତା ବିଜୟ ଦଳବେହେରା ଜାମିନ ପାଇବା ପରେ ଆଜି କାରାଗାରରୁ ମୁକ୍ତ ହୋଇଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଶହ ଶହ ସମର୍ଥକ ଜେଲ ଫାଟକ ନିକଟରେ ଶ୍ରୀ ଦଳବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରାଇଥିଲେ । ସୂଚନା ଅନୁଯାୟୀ ଦୀର୍ଘ ୬ମାସ ପୂର୍ବରୁ ନରସିଂହପୁର ଥାନା ପରିସରରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଥିଲା । ତେବେ ତାଙ୍କ ନାମରେ ଅନେକଗୁଡ଼ିଏ ଦଫା ଲଗାଇ ପୁଲିସ ଶ୍ରୀ ଦଳବେହେରାଙ୍କୁ କୋର୍ଟ ଚାଲଣ କରିଥିଲା । ତେବେ ହାଇକୋର୍ଟରେ ତାଙ୍କୁ ଜାମିନ ମିଳିବା ପରେ ଆଜି ନରସିଂହପୁର ଉପକାରାଗାରରୁ ମୁକୁଳିଥିଲେ । ତେବେ ପୁଲିସ ଏବଂ ଶାସକ ଦଳର କିଛି ନେତାଙ୍କ ସଲାସୁତରାରେ ଚକ୍ରାନ୍ତ କରି ମନଇଚ୍ଛା ଦଫା ଲଗାଇ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିଲା । ତେବେ ପୂର୍ବରୁ ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ହେତୁ ବିଜେପି କର୍ମୀମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଶାସକ ଦଳର ଏକ ଚକ୍ରାନ୍ତ ବୋଲି ବଡ଼ମ୍ବା-ନରସିଂହପୁର ବିଜେପି କର୍ମୀମାନେ ଅଭିଯୋଗ ଆଣିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ