ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ

ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ

ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ


ଦେବଗଡ଼(ଏନ୍‌.ଏମ୍‌.): ରାଜ୍ୟରେ ଦିନକୁ ଦିନ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନନୀତିରେ ବହୁ ଜନସାଧାରଣ ଅନୁପ୍ରାଣିତ ହେବା ସହ ବିଜେପିକୁ ଭଲ ପାଇବା ମଧ୍ୟ ବଢ଼ିଛି । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ବିଜେପି ଅଧିକ ଲୋକପ୍ରିୟତା ଥିବାବେଳେ ପରବର୍ତ୍ତୀ ସମୟରେ ଧିରେ ଧିଲେ ଲୋକପ୍ରିୟତା ହରାଇଥିଲା । ମାତ୍ର ଏବେ ବିଜେପି ପୁଣି ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ରାଜ ପରିବାରର ସଦସ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । ରୋହିତ ଗଙ୍ଗଦେବ ଓ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ । ଗତକାଲି ଆନୁଷ୍ଠାନିକ ଭାବେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଏହାସହ ବିଜେପି ପକ୍ଷରୁ ମାଧବୀ କୁମାରୀ ଦେବୀଙ୍କୁ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ ନିମନ୍ତେ ଟିକେଟ ଦିଆଯାଇଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି । ମାଧବୀ କୁମାର ଦେବୀ କହିଛନ୍ତି ଯେ, ମୋଦିଜୀଙ୍କ ସୁଶାସନ ଏବଂ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି । ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବି । ତେବେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦେଇଥିବାରୁ ଶ୍ରୀମତୀ ଦେବୀ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଦଳକୁ କୃତଜ୍ଞତା ଜଣାଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ