ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ


କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗତ ଅକ୍ଟୋବର ୨ରୁ ନଭେମ୍ବର୨ ତାରିଖ ଏକ ମାସ ବ୍ୟାପି ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜେଡିର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ଶ୍ରମଦାନକରି ସମାଜସେବା କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ଅନ୍ତର୍ଗତ ୪୦ନମ୍ବର ୱାର୍ଡ ଯୋବ୍ରା ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ପୂର୍ବାହ୍ନରେ ଯୋବ୍ରା ମସଜିଦ୍ ପରିସରରେ ପହଞ୍ôଚ ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ଉତ୍ସାହିତ କରିବା ସହ ଏହି ଭଳି ସମାଜସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା କୃତଜ୍ଞତା ଜଣାଇଥିଲେ । ୱାର୍ଡ ସଭାପତି ବିଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋବ୍ରା ନଦୀକୂଳସାହି ଅଞ୍ଚଳରେ ଥିବା ଖେଳପଡିଆ, ଯୋବ୍ରା ପାଲାମଣ୍ଡପ, ଚାରି ଘରିଆ, ଚୂନଭାଟି ଛକ ଗଳି, ଏଲ୍‌.ଆଇ.ସି.କଲୋନୀ ପରିସର ଏବଂ ଯୋବ୍ରା ମସଜିଦ୍ ପରିସରରେ ହୋଇଥିବା ବଣବୁଦା କାଟି ସଫା କରିବା ସହିତ ଅଳିଆ ଆବର୍ଜନା ଗୁଡିକକୁ ସଫେଇ କରାଯାଇ ସିଏମସି କର୍ମଚାରୀମାନଙ୍କ ଦ୍ୱାରା ଆବର୍ଜନା ସ୍ଥାନାନ୍ତର କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବିଜୁ ଜନତା ଦଳର କଟକ ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ନାୟକ, ପୂର୍ବତନ କର୍ପୋରେଟର୍ ଜୟଦେବ ଜେନା, ସଂଖ୍ୟାଲଘୁ ସେଲର ଜିଲ୍ଲା ସମ୍ପାଦକ ମହମ୍ମଦ ଫରିଦ, ମନୋରଞ୍ଜନ ଜେନା, ମହମ୍ମଦ ରାହିଦ୍‌, ସଫିକ୍ ମହମ୍ମଦ, ରେଣୁକା ମହାନ୍ତି, ନମିତା ବରାଳ, ସାଇରା ବିବି, ଫରିଦା ନଫିସ୍‌, ହୃଦାନନ୍ଦ ବାରିକ, ମହମ୍ମଦ ରାହିଲ୍‌, ସୌମ୍ୟରଂଜନ ଦାସ, ତପନ କୁମାର ଦାସ, ଟୁନିଆ ପାଢ଼ୀ, ଇ. ନଗେଶ ରାଓ, ପ୍ରମୋଦ କୁମାର ସାହୁ, ମନୋଜ କୁମାର ସାହୁ, ହଲିମ୍ ଖାନ୍‌, ରିଆଜ ଅହମ୍ମଦ ଖାନ୍‌, ଅଶୋକ କୁମାର ରାଉତ, ମହମ୍ମଦ ରଜାକ୍‌, ମହମ୍ମଦ ସମିମ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସେହିଭଳି ଚୌଦ୍ୱାର – କଟକ ବିଜୁ ଜନତା ଦଳ ପକ୍ଷରୁ ସମାଜ ସେବା କାର୍ଯ୍ୟକ୍ରମ ଯଥା ରାସ୍ତା ଘାଟ, ଡ୍ରେନ, ବିଦ୍ୟାଳୟ ପରିସର, ଚିକିତ୍ସାଳୟ ପରିସର ପରିଷ୍କାର ପରିଚ୍ଛନ୍ନ କରିବାର କାର୍ଯ୍ୟକ୍ରମ ଚୈାଦ୍ୱାର -କଟକର ମାନ୍ୟବର ପୂର୍ବତନ ବିଧାୟକ ଡାଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ଆଜି ତାହା ଅନ୍ତିମ ଦିନ ୨ନଭେମ୍ବରରେ ଉଦ୍‌ଯାପିତ ହୋଇଅଛି । ଆଜି ଏସ୍‌.ସି.ବି. ମେଡିକାଲ ଅଧ୍ୟକ୍ଷ କାର୍ଯ୍ୟାଳୟ ପରିସରରୁ ସଫା କରଯାଇ କଟକରୁ ଚୈାଦ୍ୱାର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତାଘାଟ, ଡ୍ରେନ୍‌, ସମସ୍ତ ମେଡିକାଲ ପରିସର ସଫେଇ କରାଯାଇଥିଲା । ଏଠାରେ ସୂଚାଇ ଦିଆଯାଏ କି ଗତ ୨ ଅକ୍ଟୋବର ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ନୂଆବଜାର କୁଷ୍ଠାଶ୍ରମ ଚିକିତ୍ସାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଦସ୍ୟ ପ୍ରଦିପ୍ତ କିଶୋର ଖୁଂଟିଆ, ପୂର୍ବତନ ମେୟର- ମିନାକ୍ଷୀ ବେହେରା, ପୂର୍ବତନ କର୍ପୋରେଟର – ବିଜୟ କୁମାର ସାହୁ, ରଂଜନ ବିଶ୍ୱାଳ, ପ୍ରଳୟା ବେଉରା, ଦିପାଳୀବାଳା ଭୁୟାଁ, ଚିରଞ୍ଜୟ ସାହୁ, ରଞ୍ଜିତା କାହାଳୀ, ସୌଭାଗିନୀ ଜେନା, ଜିଲ୍ଲା ଯୁବ ସଭାପତି – ସ୍ମୃତି ରଞ୍ଜନ ନାୟକ, ନଗର କମିଟିର – ଇଂ ସୁବ୍ରତ ଘଡାଇ, ତାପସ ମହାନ୍ତି, ରାଜେନ୍ଦ୍ର ରଣା, ଅରବିନ୍ଦ ଜେନା, ସିଦ୍ଧାର୍ଥ ସାହୁ, ମନୋରଂଜନ ସାହୁ, ଚୈାଦ୍ୱାର ନଗର ସଭାପତି -ବିଷ୍ଣୁ ଚରଣ ପରିଡା, କାର୍ଯ୍ୟକାରୀ ସଭାପତି – କରୁଣା କର ସାହୁ, ଯୁବ ସଭାପତି – ଅର୍ଜୁନ ପଣ୍ଡା, ଜିଲ୍ଲା କମିଟିର – ପ୍ରଫୁଲ୍ଲ ବେହେରା, ଦେବେନ୍ଦ୍ର ଖୁଂଟିଆ, ତ୍ରିଲୋଚନ ପଣ୍ଡା, ଶୁଭେନ୍ଦୁ ସାମଲ, ୱାର୍ଡ ସଭାପତି- ସଂଜୟ ବେଉରା, ଶୁକଦେବ ପାତ୍ର, ମୃତ୍ୟୁଞ୍ଜୟ ବେହେରା, ରବିନ୍ଦ୍ର ଶୁକ୍ଳ, ଲଲାଟେନ୍ଦୁ ମହାପାତ୍ର, ଅଶୋକ ମହାନ୍ତି, ଦେବେନ୍ଦ୍ର ବାରିକ, ଚୈାଦ୍ୱାର ଛାତ୍ର ସଭାପତି -ଭରତ ଚନ୍ଦ୍ର ସାହୁ, ଚୈାଦ୍ୱାର ପୈାରପାଳିକାର ପୂର୍ବତନ ଉପାଧ୍ୟକ୍ଷ – ଅଜୟ ବେହେରା, ପୂର୍ବତନ କାଉନସିଲର- ଦିଲ୍ଲିପ କୁମାର ସାହୁ, ସୁବ୍ରତ ସାମଲ, ସବିତା ନାୟକ, ଗିରିଧାରୀ ବେହେରା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ – ମାନବେଶ ରାୟ, ରାଜ୍ୟ ଛାତ୍ର ଉପସଭାପତି- ଚିନ୍ମୟ ଦାସଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ -ଦେବେନ୍ଦ୍ର କାହାଳୀ, ପ୍ରଦୀପ ସାହୁ, ଶରତ ସେନାପତି, ବିଶ୍ୱଜିତ ପ୍ରଧାନ, ମନୋରଂଜନ ଜେନା, ନିହାର ରଂଜନ ମହାରଣା, କବିତା ଲେଙ୍କା, ବିମଳ ବେଉରା, ଅମିତ ପାତ୍ର,ରାଜ ରତନ ପରିଡା, ଆଶୁତୋଷ ଦାସ, ରିତାରାଣୀ ରାମ, ଗୋବର୍ଦ୍ଧନ ସିଂ, ମନୋଜ ବେହେରା, ସୁବାଷ ସାହୁ, ରଘୁନାଥ ସାହୁ,ରଂଜନ ସ୍ୱାଇଁ, ସୁଧାଂଶୁ ପରିଡା, ସୈାମ୍ୟରଂଜନ ପରିଡା, ପ୍ରଫୁଲ ମାଡବୁଲ, ଲକ୍ଷ୍ମୀପ୍ରିୟା ପାଣି, ଗଣେଶ୍ୱର ପ୍ରଧାନ, ସୌମ୍ୟ ରଂଜନ ବେଉରା, ସନ୍ଦିପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ