ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ୟଶ ମୁକାବିଲା ପ୍ରସ୍ତୁତି ନେଇ ଅତିରିକ୍ତ ଡିଜିଙ୍କ ସମୀକ୍ଷା

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ୟଶ ମୁକାବିଲା ପ୍ରସ୍ତୁତି ନେଇ ଅତିରିକ୍ତ ଡିଜିଙ୍କ ସମୀକ୍ଷା

୨ ଜିଲ୍ଲାର ୮୪ ଗ୍ରାମର ୧ ଲକ୍ଷ ୮୫ ହଜାର ୧୫୮ ଲୋକ ହେବେ ସ୍ଥାନାନ୍ତର
୨୪୪ ବାତ୍ୟା ଆଶ୍ରୟ ସ୍ଥଳ ଓ ୧ ହଜାର ୭୬୩ ବିଦ୍ୟାଳୟ ପ୍ରସ୍ତୁତ
କଟକ(ଏନ୍.ଏମ୍.): ବାତ୍ୟା ‘ୟଶ’ର ମୁକାବିଲା ଓ ବାତ୍ୟା ପରର ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ୱାଇ କେ ଜେଠୱା । ବାତ୍ୟାର ମୁକାବିଲା କରିବା ପାଇଁ ୨ ଜିଲ୍ଲାରେ ୬୦ଟି ଓଡ଼୍ରାଫ ଟିମ୍ ଓ ୫୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଉନ୍ନତ ତାଲିମପ୍ରାପ୍ତ ୮୦୦ ଓଡ଼୍ରାଫ କର୍ମଚାରୀ ଟାୱାର ଲାଇଟ, ସର୍ଚ୍ଚ ଲାଇଟ, ଜେନ ସେଟ୍, ଜଏସିବି, ହାଇଡ଼୍ରା କ୍ରେନ୍, ବୋଟ୍, ହାଇଡ଼ୋ୍ରଲିକ୍ ଗଛ କଟା ମେସିନ, ଗ୍ୟାସ କଟର, ପ୍ଲାଜମା କଟର, ସ୍ୟାଟ୍ ଫୋନ ଓ ୱାକି ଟକି ସହ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ୮୪ କିଲୋମିଟରରେ ୩ଟି ସାମୁଦ୍ରିକ ଥାନା ସମେତ ୧୦ଟି ଥାନା ରହିଥିବା ବେଳେ ଉପକୂଳ ତଳିଆ ଅଞ୍ଚଳ ୨୬ଟି ପଞ୍ଚାୟତର ୪୩ଟି ଗ୍ରାମର ୯୦ ହଜାର ୭୮୯ ବ୍ୟକ୍ତିଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଥଇଥାନ ପାଇଁ ୧୪୦ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ୧ ହଜାର ୧୦୨ଟି ବିଦ୍ୟାଳୟକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଏଠାରେ ଏନଡ଼ିଆରଏଫ, ଅଗ୍ନିଶମ କର୍ମଚାରୀଙ୍କ ସହ ୧୨ଟି ଓଡ଼୍ରାଫ ଟିମ୍ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ୫୪ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳରେ ୩ଟି ସାମୁଦ୍ରିକ ଥାନା ସମେତ ୮ଟି ଥାନା ରହିଥିବା ବେଳେ ତଳିଆ ଅଞ୍ଚଳ ୧୪ଟି ଗ୍ରାମ ପଞ୍ଚାୟତର ୪୧ଟି ଗ୍ରାମର ୯୪ ହଜାର ୩୬୯ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଥଇଥାନ ପାଇଁ ୧୦୪ଟି ବାତ୍ୟା ଆଶ୍ରୟସ୍ଥଳି ଓ ୬୬୧ଟି ବିଦ୍ୟାଳୟକୁ ପ୍ରସ୍ତୁତ ରଖାଯାଇଛି । ଜିଲ୍ଲାରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ, ୯ଟି ଓଡ଼୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ଓ ଏନଡ଼ିଆରଏଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ଏହି ସମୀକ୍ଷା ସମୟରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ