ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିକୁଦାସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଗତ ଫେବୃୟାରୀ ୨୮ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ରୁଦ୍ରନାରାୟଣ ଗାୟତ୍ରିପତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ଧାମ ପୁରୀରୁ ବହୁ ଅଭିଜ୍ଞ ବ୍ରାହ୍ମଣମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମନ୍ଦିରର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ସମାଜରେ କାମନା, ବାସନା ଦୂର ହୋଇ ସୁସ୍ଥ ସମାଜ ଗଠନ ନିମନ୍ତେ ଆରାଧ୍ୟ ଦେବତାଙ୍କ ନିକଟରେ ଘୃତ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ ଆଦି କରାଯାଇଥିଲା । ପ୍ରଥମେ ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ସୂର୍ଯ୍ୟପୂଜା, ଗୋ-ପୂଜା ଆଦି ପଞ୍ଚକର୍ମ ଅନୁଷ୍ଠିତ ହୋଇଥିଲା । ସେହିଭଳି ପ୍ରତ୍ୟେକ ଦିନ ଆୟୋଜିତ ଘୃତ ଯଜ୍ଞରେ ସମାଜର କଲ୍ୟାଣ ନିମନ୍ତେ ପ୍ରତ୍ୟେହ ଆହୁତି ପ୍ରଦାନ କରାଯାଇଥିଲା । ପୁନଶ୍ଚ ସାଂଧ୍ୟ ଅଧିବେଶନରେ ପ୍ରଭୁଙ୍କ ଅପୂର୍ବ ଲୀଳାକୁ ନେଇ ପ୍ରବଚନ ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ଦିବ୍ୟ ଚେତନା ପ୍ରଦାନ କରାଯାଇଥିଲା । ପ୍ରବଚକ ବିରେନ୍ଦ୍ର ପଣ୍ଡା ଯୋଗଦେଇ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ, ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ସେହିଭଳି ବହୁ ନାମୀଦାମୀ କଳାକାରଙ୍କ ଦ୍ୱାରା ପରିବେଷିତ ଭଜନରେ ଶ୍ରଦ୍ଧାଳୁମାନେ ଝୁମିଥିଲେ । ଆଜି ପୂର୍ଣ୍ଣାହୁତି ଅବସରରେ ରୁଦ୍ରାଭିଷେକ, ଚଣ୍ଡୀପାଠ ଆଦି ସମାପନ ହେବା ପରେ ପୂଜ୍ୟପୂଜା ସମାରୋହରେ ବରେଣ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୀଣାପାଣି କଳାନିକେତନର କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ ବେଶ ଚିତ୍ତାକର୍ଷକ ହୋଇଥିଲା । ଅଞ୍ଚଳର ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ ହୃଷିକେଶ ପ୍ରଧାନ, ଭାବଗ୍ରାହୀ ରାଉତ ପ୍ରମୁଖଙ୍କ ସମେତ ମନ୍ଦିରର କର୍ମକର୍ତ୍ତା, ସ୍ଥାନୀୟ ଯୁବଗୋଷ୍ଠୀ, ମୁରବୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ