ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

News by Akhsya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ବାରିପଦା ସ୍ଥିତ ଷ୍ଟାଡିୟମ କନଫେରେନ୍ସ ହଲ ଠାରେ ବାରିପଦା ଖଣ୍ଡାୟତ ପରିବାର ତରଫରୁ ତୃତୀୟ ଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦାର ସମସ୍ତ ଖଣ୍ଡାୟତ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗ ଦେଇ ଖଣ୍ଡାୟତ ମାନଙ୍କ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ଆଜିର ଯୁଗରେ ସାଧାରଣତଃ ଖଣ୍ଡାୟତ ପରିବାର ଗୁଡିକ ମଧ୍ୟବିତ୍ତ ବର୍ଗରେ ଗଣତି ହୋଇଥାଏ । ତେବେ ଯେଉଁ ଖଣ୍ଡାୟତ ପରିବାରର ଆର୍ôଥକ ସ୍ଥିତି ସ୍ୱଚ୍ଛଳ ନଥିବା ସେ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ଖଣ୍ଡାୟତ ପରିବାର ମୁଖ୍ୟ ଲକ୍ଷ । ଏଥି ସହ ଖଣ୍ଡାୟତ ଜାତିକୁ ଓବିସି ବର୍ଗରେ ଯୋଗ କରିବା ପାଇଁ ଆଗାମୀ ଦିନରେ ସ୍ୱର ଉତ୍ତୋଳନ କରାଯିବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ତେବେ ବାରିପଦା ସହର ସହ ସାରା ଓଡ଼ିଶାରେ ଆମେ ଖଣ୍ଡାୟତ ବର୍ଗର ଲୋକେ ଏକତ୍ରିତ ହୋଇ ନିଜର ମୌଳିକ ହକ ପାଇଁ ଲଢେଇ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ହାବଡା, ସୁନୀଲ ନାୟକ, ପ୍ରକାଶ ନାୟକ, ମୋନାଜ କୁମାର ଦାସ, ଲକି ଜେନା, ସାଧୁ ଚରଣ ଦାସ, ମହେଶ୍ୱର ମଢୁଆଳ, ଦିଲ୍ଲୀପ ଜେନା, ପ୍ରଦୀପ କୁମାର ଭୁଜବଳଙ୍କ ସମେତ ବହୁ ଖଣ୍ଡାୟତ ମୁରବୀ ଉପସ୍ଥିତ ଥିଲେ । ଏହି ଅବସରରେ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଆସନ୍ତା ମାସ ଏପ୍ରିଲ ୨୩ ତାରିଖରେ ଷ୍ଟାଡିୟମ କନଫେରେନ୍ସ ହଲରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ