ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କଟକ(ଏନ୍.ଏମ୍.): ବାରବାଟୀ-କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସ୍ଥାନୀୟ ଓସିଏ ସମ୍ମିଳନୀ କକ୍ଷ ଠାରେ ପୂର୍ବତନ ବିଧାୟକ ତଥା ଫାଓର ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ କଟକ ସହରରେ ହେବାକୁ ଥିବା ମଲ୍ଟିପ୍ରପୋଜ ଇଣ୍ଡୋର ଷ୍ଟାଡ଼ିୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ଏଥିରେ ବିଶିଷ୍ଟ କ୍ରୀଡ଼ାବିତ ଭକ୍ତ ବଲ୍ଲଭ ଦାସ, ଅଭିଜିତ ପାଲ, ଦିଲ୍ଲୀପ କୁମାର ସାହୁ, ପୂର୍ବତନ କର୍ପୋରେଟର ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳଙ୍କ ସମେତ ବହୁ କ୍ରୀଡ଼ାବିତ ଉପସ୍ଥିତଥିଲେ । ଏହାଦ୍ୱାରା କ୍ରୀଡ଼ାର ବିକାଶ ଦେବା ସହ କଟକ ସହରରେ ବହୁ କ୍ରୀଡ଼ାବିତ ଜାତୀୟସ୍ତରରେ ସୁଯୋଗ ପାଇବା ନେଇ କ୍ରୀଡ଼ାବିତମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।