ବାଦାମବାଡି ଥାନାକୁ ଆଦର୍ଶ ଥାନୋର ପରିଣତ କରିବା ପାଇଁ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

ବାଦାମବାଡି ଥାନାକୁ ଆଦର୍ଶ ଥାନୋର ପରିଣତ କରିବା ପାଇଁ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

ବାଦାମବାଡି ଥାନାକୁ ଆଦର୍ଶ ଥାନୋର ପରିଣତ କରିବା ପାଇଁ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

News by Padmalochan Mishra (Cuttack)

#ଟକ(ଏନ୍‌.ଏମ୍‌.): ବାଦାମବାଡି ଥାନାକୁ ଏକ ଆଦର୍ଶ ଥାନୋର ପରିଣତ କରିବା ପାଇଁ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ ସାମ୍ବାଦିକ ଅମ୍ଳାନ ବଦନ ପଟ୍ଟନାୟକଙ୍କ ନେତୃତ୍ୱେର ଏକ ପ୍ରତିନିଧି ଦଳ ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସଠାରେ ଶ୍ରୀ ପାଣ୍ଡିଆନଙ୍କୁ ଭେଟି ଦାବି ଉପସ୍ଥାପନ କରିବା ସହ ଏକ ସ୍ଥାୟୀ ଓ ନୂତନ ପୁଲିସ ଷ୍ଟେସନ ନିର୍ମାଣ ପାଇଁ ନିବେଦନ କରିଥିଲେ । ବାଦାମବାଡି କଟକ ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଯେଭଳି ଢଙ୍ଗେର ରାସ୍ତା ଉପେର ଏହି ଥାନା ଅସୁରକ୍ଷିତ ଭୋବ କାର୍ଯ୍ୟ କରୁଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେମାନେ ୫-ଟି ସଚିବଙ୍କୁ କହିଥିଲେ । ଆଗନ୍ତୁକ କିମ୍ବା ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ବସିବାକୁ ଥାନାରେ କୋଠରୀଟିଏ ନଥିଲାବେଳେ ରାସ୍ତା ଉପେର ଶହ ଶହ ଯାନବାହାନ ଅସଂଗଠିତ ଭାବେ ପଡିରହି ଦୁଘର୍ଟଣାର ସମ୍ଭାବନାକୁ ଅଧିକ ଘନୀଭୂତ କରୁଛି ବୋଲି ପ୍ରତିନିଧିମାନେ ଦର୍ଶାଇଥିଲେ । ବିଶେଷକରି ନେତାଜୀ ବସ୍ ଟର୍ମିନାଲ ଭଳି ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ହେଉଥିବା ବେଳେ ଥାନାଟି ମଧ୍ୟ ଉଚ୍ଚ କୋଟିର ହେବା ଆବଶ୍ୟକ ବୋଲି ଦାବି ଉପସ୍ଥାପନ କରାଯାଇଥିଲା । ଶ୍ରୀ ପାଣ୍ଡିଆନ ସମସ୍ତ ଯୁକ୍ତି ଶୁଣିବାପରେ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ସହ ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ପଦେକ୍ଷପ ନେବାକୁ ଆଦେଶ ଦେଇଥିଲେ । ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ମୁରବି ବାବୁ ପ୍ରଧାନ, ଇଂ ଶ୍ରୁଶ୍ରୁତ ମହାନ୍ତି, ଜଗତେଜ୍ୟାତି ପଟ୍ଟନାୟକ, ସାମ୍ବାଦିକ ଆଲୋକ ନାୟକ, ଦୟାନିଧି ରାଉତ ପ୍ରମୁଖ ରହିଥିବା ବେଳେ ବିଜେଡି କଟକ ଜିଲ୍ଲା ସଭାପତି ତଥା ପୂବର୍ତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ନିରାମୟ ଉପେଦଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ