ବାତ୍ୟା ‘ୟାସ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଓ ସମୀକ୍ଷା

ବାତ୍ୟା ‘ୟାସ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଓ ସମୀକ୍ଷା

ପ୍ରଭାବିତ ଜିଲ୍ଲାରେ ୧୯୦ଟି ଉଦ୍ଧାରକାରୀ ଦଳ ମୁତୟନ
କଟକ(ଏନ୍.ଏମ୍.): ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ପୁନର୍ବାର ଏକ ପ୍ରସ୍ତୁତି ବୈଠକ କରାଯିବା ସହ ଏନେଇ ସମୀକ୍ଷା କରାଯାଇଛି । ଅଗ୍ନିଶମ ମହାନିଦେ୍ର୍ଦଶକ ଏମ. ଅକ୍ଷୟ ଭିଡ଼ିଓ କନଫରେନସିଂ ଜରିଆରେ ରାଜ୍ୟର ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାଗୁଡ଼ିକରେ ୧୯୦ଟି ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି । ପ୍ରତ୍ୟେକ ଦଳରେ ପାୱାର ସ, କମ୍ବି ଟୁଲସ, ଟାୱାର ଲାଇଟ ଓ ଅନ୍ୟାନ୍ୟ ଉପକରଣ ରହିଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ଳାଜମା କଟର ମଧ୍ୟ ମହଜୁଦ ରହିଛି । ଏହି ଦଳଗୁଡ଼ିକ ବାତ୍ୟା ସମୟରେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ କାଟିବା ସହ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ କାଟି ସଫା କରିପାରିବେ । ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଜଣେ ଲେଖାଏ ଅଗ୍ନିଶମ ଅଧିକାରୀ ଦାୟିତ୍ୱରେ ରହିବା ସହ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ଆଜିର ବୈଠକରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇ ସେହି ସ୍ଥାନରେ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଗ୍ନିଶମ ଟିମ୍ ମୁତୟନ କରାଯିବା ଉପରେ ମହାନିଦେ୍ର୍ଦଶକ ଗୁରୁତ୍ୱାରୋପ କରିଥିଲେ । ଏତଦ୍ ଭିନ୍ନ କର୍ମଚାରୀମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିବା ସହ କୋଭିଡ଼୍ ନିଦେ୍ର୍ଦଶାବଳୀକୁ ମାନି କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟତଃ କଟକ, ଭୁବନେଶ୍ୱର, ପୁରୀ ଆଦି ସହର ଜଳମଗ୍ନ ଅଞ୍ଚଳଗୁଡ଼ିକରେ ପମ୍ପଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ