ବାତ୍ୟା ‘ୟାସ’ ମୁକାବିଲା ନେଇ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହାଙ୍କ ସମୀକ୍ଷା

ବାତ୍ୟା ‘ୟାସ’ ମୁକାବିଲା ନେଇ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହାଙ୍କ ସମୀକ୍ଷା

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାରେ ଦେଶର ୩ଟି ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ବାତ୍ୟା ୟାସ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଆଦି ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ସାହା ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ଆଣ୍ଡାମାନ ନିକୋବର ଉପରାଜ୍ୟପାଳ, ରାଜ୍ୟରମାନଙ୍କର ବରିଷ୍ଠ ଅଧିକାରୀ, ସେନାର କିଛି ଅଧିକାରୀ,ଏନଡିଆଏଫ ଅଧିକାରୀ, ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ ଅନୁଯାୟୀ ଘଣ୍ଟାପ୍ରତି ୧୫୫-୧୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ୧୮୫ କିଲୋମିଟର ବେଗରେ ପଶ୍ଚିମ ବଙ୍ଗ ଓ ଉତ୍ତର ଓଡ଼ିଶାର ତଟରେ ପବନ ବ୍ୟାପକ କ୍ଷୟକ୍ଷତି କରିବାର ଆଶଙ୍କା ରହିଛି । ଏହାଦ୍ୱାରା ପଶ୍ଚିମ ବଙ୍ଗ ତଥା ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ବାତ୍ୟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପଦପୂର୍ଣ୍ଣ ସ୍ଥାନମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ଅନ୍ୟ ରାଜ୍ୟ ସହ ସହଯୋଗ ରଖି କାର୍ଯ୍ୟ କରିବାକୁ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ