ବାଡ଼ଯଦି ଫସଲ ଖାଏ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଦ୍ୱାରା ଗୁଳିମାଡ଼

ବାଡ଼ଯଦି ଫସଲ ଖାଏ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଦ୍ୱାରା ଗୁଳିମାଡ଼

ବାଡ଼ଯଦି ଫସଲ ଖାଏ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଦ୍ୱାରା ଗୁଳିମାଡ଼

News by B.Mishra (Brajarajnagar)

#ବ୍ରଜରାଜନଗର(ଏନ୍‌.ଏମ୍‌.): କଥାରେ ଅଛି ବାଡ଼ ଯଦି ଫସଲ ଖାଏ ତେବେ ସୁରକ୍ଷା ଦେବ କିଏ? ଆଜି ସେହିଭଳି ଗୋଟିଏ ହୃଦୟ ବିଦାରକ ଘଟଣା ଘଟିବା ସହ ସୁରକ୍ଷା କର୍ମୀଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ତୁଟିବାରେ ଲାଗିଛି । ଆଜି ପୂର୍ବାହ୍ନରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ଗୁଳିବାଜିବା ଫଳରେ ସେ ଗୁରୁତର ହୋଇ ପଡ଼ିବାରୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏୟାର ଲିଫ୍ଟରେ ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ପଠାଯାଇଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି । ତାଙ୍କ ଛାତି ତଳକୁ ବାମପାଖରେ ଗୁଳି ବାଜିଥିବା ସୂଚନା ମିଳୁଛି ।
ଶ୍ରୀ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଆସିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ହଠାତ୍ କେହି କିଛି ଜାଣି ପାରି ନଥିଲେ । କିନ୍ତୁ ଶ୍ରୀ ଦାସ ପଡ଼ିଯିବା ପରେ ସମସ୍ତେ ଜାଣିଲେ ଯେ ଗୁଳି ମାଡ଼ ହୋଇଛି ଓ ଗୁଳି ଶ୍ରୀ ଦାସଙ୍କ ଦେହରେ ବାଜିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଏକ ହେଲିକାପ୍ଟର ଯୋଗେ ଭୂବନେଶ୍ୱରକୁ ନିଯାଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଜଣେ ପୁଲିସ୍ କର୍ମଚାରୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ଼ କରିଥିବା ଜଣାପଡ଼ିଛି । ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିବା ଜଣାପଡ଼ିଛି । ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଏହି ସୂଚନା ଦେଇଛନ୍ତି । ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣାପଡ଼ିନି । ଏନେଇ ତାଙ୍କୁ ପଚରାଉଚରା କରାଯାଉଥିବା ଏସ୍‌ଡିପିଓ କହିଛନ୍ତି । ଏସ୍‌ଡିପିଓ ଶ୍ରୀ ଭୋଇଙ୍କ ସୂଚନା ଅନୁଯାୟୀ, ଗୋପାଳ ଦାସ ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ନିଯୁକ୍ତ ହୋଇଥିଲେ । ବ୍ୟକ୍ତିଗତ ଆକ୍ରୋଶରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ଓ ଜଣେ ପୁଲିସ୍ ଆଇଆଇସି ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ନବ ଦାସଙ୍କ ଦେହରେ ଗୁଳି ବାଜିବା ପରେ ଆଉ ୪/୫ ରାଉଣ୍ଡ ଗୁଳି ଫୁଟିଥିବାର କୁହାଯାଉଛି । ଏହି ଘଟଣା ପରେ ବ୍ରଜରାଜନଗରରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ