ବାଙ୍କୀ ଶିମିଳିପୁର ଜାଗର ମହୋତ୍ସବରେ ସମାଜସେବୀ ଲକ୍ଷ୍ମୀନାୟଣ ଭଞ୍ଜ ସମ୍ବର୍ଦ୍ଧିତ
#ଆଠଗଡ଼(ଏନ୍,ଏମ୍.): ବାଙ୍କୀ ଶିମିଳିପୁର ଠାରେ ୧୯ ତମ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ବୁଡ଼ି ଯାଉଥିବା ଲୋକକଳାକୁ ଉଦ୍ଯିବିତ ରଖିବା ନିମନ୍ତେ ଏହି ମହୋତ୍ସବ ଏକ ସ୍ୱତନ୍ତ୍ର ମାଧ୍ୟମ ବୋଲି ମହୋତ୍ସବରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବାଙ୍କୀ ଶିମିଳିପୁର ଏବଂ ହରିରାଜପୁରର ଗ୍ରାମବାସୀ ଏବଂ ଯୁବକ ସାଥୀଙ୍କ ନିମନ୍ତ୍ରଣ କ୍ରମେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଯୋଗଦେଇଥିଲେ । ତେବେ ତାଙ୍କର ନିସ୍ୱାର୍ଥପର ସମାଜସେବା ନିମନ୍ତେ ସେ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିବାବେଳେ ବାବା ସିଦ୍ଧେଶ୍ୱରଙ୍କ ଜାଗର ଯାତ୍ରା ତଥା ମହୋତ୍ସବରେ ତାଙ୍କୁ ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ଶିମିଳିପୁରର ଗ୍ରାମବାସୀ ସମ୍ବର୍ଦ୍ଧିତ କରିଥିଲେ ।