ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳଙ୍କ କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
ଯାଞ୍ଚକଲେ ଆଠଗଡ଼ ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
#କଟକ(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ ବିଶ୍ୱାଳ ଆଜି କଟକ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଠଗଡ଼ ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ବିଭିନ୍ନ ବିଷୟରେ ଅବଗତ ହୋଇଥିଲା । ଏଥି ସହିତ ଡକ୍ଟର ବିଶ୍ୱାଳ ରୋଗୀ ଓ ସମ୍ପର୍କୀୟ ଠାରୁ ନିରାମୟ କେନ୍ଦ୍ର ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଥିଲେ । ଏହା ପରେ ଉପସ୍ଥିତ ହସ୍ପିଟାଲ କର୍ମଚାରୀଙ୍କ ସହ ସାକ୍ଷାତ କରି ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି । ନିରାମୟ କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ରୋଗୀଙ୍କୁ କିପରି ଅଧିକ ସହଜ ଏବଂ ସୁବିଧା ଯୋଗାଇ ଦିଆଯିବ ସେ ନେଇ ହସ୍ପିଟାଲ ଅଧକ୍ଷ, ହସ୍ପିଟାଲ ମ୍ୟାନେଜରଙ୍କ ସହ ଆଲୋଚନା କରି ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିରାମୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ମିଳୁଥିବାରୁ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଏହି ପରିଦର୍ଶନ ଅବସରରେ ସମାଜସେବୀ ଜଗତଜ୍ୟୋତି ପଟ୍ଟନାୟକ ଉପସ୍ଥିତ ଥିଲେ ।