ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ସ୍ଥାୟୀ ଘର ଦାବିରେ ସିଏମସି ସମ୍ମୁଖରେ ବିକ୍ଷୋଭ

ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ସ୍ଥାୟୀ ଘର ଦାବିରେ ସିଏମସି ସମ୍ମୁଖରେ ବିକ୍ଷୋଭ

ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ସ୍ଥାୟୀ ଘର ଦାବିରେ ସିଏମସି ସମ୍ମୁଖରେ ବିକ୍ଷୋଭ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ପଟ୍ଟା ସହ ସ୍ଥାୟୀ ଘର ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚରଲ ଆବାହକ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ବସ୍ତି ନେତା ଦିପକ ଦାସ, ବିଷ୍ଣୁ ନାୟକ, ସିପ୍ରା ମହାନ୍ତି, ସାଗର ଘଡାଇ, ଯୋଗୀ ନାୟକ, ଆରତୀ ନାୟକ ମିନା ନାୟକ,ରାଇସେନ ମାରାଣ୍ଡି, ଧନୁ ମାରାଣ୍ଡି, ବୁଦ୍ଧିଆ ସାମାଡ ପ୍ରମୁଖ ନେତୃତ୍ୱ ନେଇଥିଲେ । ୧୯ତାରିଖ ଅପରାହ୍ନରେ ଭୟଙ୍କର ଝଡବର୍ଷାରେ ପ୍ରଶାସନ ଉଚ୍ଛେଦ କରି ରଖିଥିବା ବସ୍ତି ଓ ଅନ୍ୟାନ୍ୟ ବସ୍ତିଗୁଡିକର କିଛି ଘର ଭାଙ୍ଗିବା ଓ ଅନେକ ଘରର ଆଜବେଷ୍ଟସ୍ ଓ ଟିଣ ସିଟ୍ ଉଡିଯିବା ଦ୍ୱାରା ବହୁ ଆସବାବ ପତ୍ର ନଷ୍ଟ ହୋଇଛି । ଦୁଇବର୍ଷ ପୂର୍ବରୁ ବସ୍ତି ଗୁଡିକୁ ଆଇନ ସମ୍ମତ ଉପଯୁକ୍ତ ଥଇଥାନ ନକରି ହଜାର ହଜାର ପରିବାରକୁ ନଦୀ ସଜ୍ୟାରେ ବେଆଇନ ଭାବେ ଜଗତପୁର ବିରୂପା କୂଳ ନିମପୁର ଠାରେ ଏବଂ କାଠଯୋଡ଼ି କୂଳ ବାଲିସାହି ଠାରେ ରଖାଗଲା । ବସ୍ତିଗୁଡିକୁ ଆଇନ ସମ୍ମତ ଥଇଥାନ ନକରାଯାଇ ସ୍ଥାୟୀ ଘର ନଦେବା ଫଳରେ ବସ୍ତି ବାସିନ୍ଦାମାନେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଆକସ୍ମିକ ଭାବେ କୌଣସି ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହେଲେ ବହୁ ଧନ ଜୀବନ ଯିବାର ଆଶଙ୍କା ରହିଛି । ବର୍ତ୍ତମାନ ସ୍ଥିତିରେ ଜଗତପୁର ନିମପୁରର ବିରୁପା କୂଳ ବସ୍ତିଗୁଡିକର ଓ କାଠଯୋଡି କୂଳ ବାଲିସାହି ବସ୍ତିଗୁଡିକର ଅନେକ ବାସିନ୍ଦା ସେମାନଙ୍କର ପିଲାଛୁଆ ଧରି ଖୋଲା ଆକାଶ ତଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ଏଥି ସହିତ ସିଡିଏ ୧୧ ନମ୍ବରରୁ ୧୩ ନମ୍ବର ପର୍ଯ୍ୟନ୍ତ କାଠଯୋଡ଼ି କୂଳ ରେ ଅଧିକାଶଂ ବସ୍ତି ବାସିନ୍ଦାଙ୍କ ଜରି ପାଲ କୁଡିଆ ଉଡି ଯାଇଛି । ସେମାନଙ୍କ ପାଖକୁ ପ୍ରଶାସନ ଯାଇନାହିଁ । ତେବେ ଏଭଳି ଦୟନୀୟ ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇ ଜଗତପୁର ବିରୁପାକୂଳ ବସ୍ତି ଓ କାଠଯୋଡି କୂଳ ବାଲି ସାହି ବସ୍ତିରେ ଝଡ ବର୍ଷାରେ କେତେକ ଘର ସଂପୂର୍ଣ୍ଣ ଭାଙ୍ଗିଥିବା ଏବଂ ଅନେକ ଘରର ଆଜବେଷ୍ଟସ୍ ସିଟ ଉଡିଯାଇଥିବା ଫଳରେ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିବାରୁ ସେହି କ୍ଷତିଗ୍ରସ୍ତ ପରିବାରଗୁଡିକୁ ତୁରନ୍ତ ଘର ନିର୍ମାଣ ଓ ଆନୁସଙ୍ଗିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ପୁନଶ୍ଚ କାଠଯୋଡି କୂଳ ସିଡିଏ ୧୧ ରୁ ୧୩ ନମ୍ବର ପର୍ଯ୍ୟନ୍ତ ବସ୍ତିଗୁଡିକର ବହୁ କୁଡିଆ ଝଡରେ ଉଡିଯାଇଥିବାରୁ ଯଥାଶୀଘ୍ର ଶ୍ରମଜୀବୀ ବସ୍ତିବାସିନ୍ଦାମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ