ବସରେ ଚୋରା ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୪ପେଟି ଟଙ୍କା: ଅବକାରୀ ବିଭାଗ ତାଜୁବ

ବସରେ ଚୋରା ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୪ପେଟି ଟଙ୍କା: ଅବକାରୀ ବିଭାଗ ତାଜୁବ

ବସରେ ଚୋରା ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୪ପେଟି ଟଙ୍କା: ଅବକାରୀ ବିଭାଗ ତାଜୁବ

News by Smruti Ranjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଆଳୁ ଖୋଳୁଖୋଳୁ ମହାଦେବ । ଏହି ଭଳି ରୁଢ଼ି ଆଜି ସତ୍ୟରେ ପରିଣତ ହୋଇଛି । କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଆଜି ଅବକାରୀ ବିଭାଗ ଚୋରା ଗଞ୍ଜେଇ ତଲାସରେ ଥିବାବେଳେ ମିଳିଲା ପେଟି ପେଟି ଟଙ୍କା(ନୋଟ) । ତେବେ ପେଟିରୁ ଗଞ୍ଜେଇ ବଦଳରେ ଏତେଗୁଡ଼ିଏ ଟଙ୍କା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ମଧ୍ୟ ଚକ୍‌କର ଖାଇ ଯାଇଥିଲା । ତେବେ ଏତେ ଟଙ୍କା କାହିଁକି କୁଆଡେ ଯାଉଥିଲା ସେ ନେଇ ପୁଲିସର ତଦନ୍ତ ଚାଲିଛି ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ ଠାରେ ଏକ ବସରୁ ୪ପେଟି ନୋଟ ମିଳିଥିବା ଜଣାପଡ଼ିଛି । ଯାହାକୁ ନେଇ ଅବକାରୀ କର୍ମଚାରୀ ତାଜୁବ । କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ଏକ ବସରୁ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ ହୋଇଥିବାବେଳେ ପେଟିରେ ନଗଦ ୮୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଅଟକ ରଖି ପଚରାଉଚରା କରୁଛି । ଅଟକ ବ୍ୟକ୍ତିଙ୍କ ଜଣଙ୍କ ହେଲେ ସୁକୁମାର ସାହୁ ବୋଲି ଜଣାପଡ଼ିଛି । ତେବେ ସୁକୁମାରଙ୍କ ଭିଣୋଇ ଜଣେ ସୁନା ବ୍ୟବସାୟୀ ହୋଇଥିବାବେଳେ କଟକ ବାଲୁ ବଜାରରେ ଏକ ଗହଣା ଦୋକାନ ଅଛି ହେଲେ ଏତେଗୁଡ଼ିଏ ନଗଦ ଟଙ୍କା କୁଆଡେ ନେଉଥିଲେ ସେ ବିଷୟରେ କିଛି ଜଣାପଡ଼ି ନାହିଁ । ତେବେ ଏ ସବୁ କଳା ଧନ ଏବଂ ତାଙ୍କର ଭିଣୋଇଙ୍କର ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରିଛି । ପୁଲିସ ସୂତ୍ରର ମିଳିଥିବା ଖବର ଅନୁଯାୟୀ ଆଜି ସକାଳେ କଟକରୁ କୋଲକାତା ଯାଉଥିବା ଏକ ବସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଅବକାରୀ କର୍ମଚାରୀ ଟାଙ୍ଗୀସ୍ଥିତ ଟୋଲଗେଟ୍ ନିକଟରେ ଜଗି ରହିଥିଲା । ଏହି ବସଟି ଟୋଲଗେଟ୍ ନିକଟରେ ପହଞ୍ଚିବା କ୍ଷଣି ଏହାକୁ ଅଟକାଇ ଅବକାରୀ ବିଭାଗ ସ୍କ୍ୱାର୍ଡ଼ ଖୋଜାଖୋଜି କରିଥିଲା । ମାତ୍ର ଉକ୍ତ ବସରେ ଗଞ୍ଜେଇ ବଦଳରେ ୪ଟି ପେଟି ଟଙ୍କା ରହିଥିବା ଅବକାରୀ ବିଭାଗ ପାଇବା ପରେ ଏହାକୁ ଜବତ କରିଥିଲା । ଅଟକ ଥିବା ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ, କେଉଁ କାମ ପାଇଁ ବସରେ ଏତେ ଟଙ୍କା ନେଉଥିଲେ ତାହାର କାରଣ ଜଣାପଡ଼ିନାହିଁ । ତାଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ