ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ା: ଆମ ସୁନା ଝିଅ ଆଠଗଡ଼ର କଳ୍ପନା

ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ା: ଆମ ସୁନା ଝିଅ ଆଠଗଡ଼ର କଳ୍ପନା

ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ା: ଆମ ସୁନା ଝିଅ ଆଠଗଡ଼ର କଳ୍ପନା

News by Smruti Ranjan Tripathy (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଜର୍ମାନିର ବର୍ଲିନରେ ଚାଲିଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ାରେ ଓଡ଼ିଆ ଝିଅ କଳ୍ପନା ଜେନାଙ୍କ କୃତୀ ସାରା ଓଡ଼ିଶାକୁ ଗୌରବାନ୍ୱିତ କରି ପାରିଛି । କଳ୍ପନା ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି । ସେ ୨ କିଲୋମିଟର ଟିମ୍ ଟ୍ରାଏଲ୍ ସାଇକ୍ଲିଂରେ ୫:୪୨.୪୨ ସମୟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ଭାରତୀୟ ସାଥି ଶିବାନୀ (୫:୨୨.୪୧) ସ୍ୱର୍ଣ୍ଣ ଏବଂ କୋଷ୍ଟାରିକାର ଆନା ଜୁମ୍ବାଦୋ (୫:୪୬.୬୩) କାଂସ୍ୟ ପଦକ ଜିତିଥିଲେ । ଆଠଗଡ଼ ଜିଲ୍ଲାର ରେଗେଡ଼ାପଡ଼ା ଗାଁର ଏକ ଆର୍ôଥକ ଅନଗ୍ରସର ପରିବାରରୁ ଆସିଥିବା କଳ୍ପନାଙ୍କ ପିତା ଗଦାଧର ଓ ଗୀତାଞ୍ଜଳି ଜେନା କୃଷିକାର୍ଯ୍ୟ କରିଥାନ୍ତି । ୨୦୧୯ ମସିହାରେରେ ଆଠଗଡ଼ର ବିଭିଏମଏମଏମଆରବିଟି ଅନୁଷ୍ଠାନରେ କଳ୍ପନା ସାମିଲ ହେବା ସହ ବ୍ୟାଡମିଣ୍ଟନ୍‌, ଆଥଲେଟିକ୍ସ, ଫ୍ଲୋରବଲ୍ ଶିଖିଥିଲେ । କିନ୍ତୁ ଏକାଧିକ ଥର ଜାତୀୟ ବିଜେତା ହୋଇଥିବା ଝାଡ଼ଖଣ୍ଡର ସତବୀର ସିଂହ ସାହୋତାଙ୍କ ଅଧିନରେ ସନ୍ତରଣ ଶିଖିଥିଲେ । ବିଶ୍ୱ କ୍ରୀଡ଼ା ପାଇଁ ମନୋନୀତ ହେବା ପୂର୍ବରୁ ପ୍ରଶିକ୍ଷକ ବିବେକାନନ୍ଦ ମହାନ୍ତିଙ୍କ ଅଧିନରେ ଅଭ୍ୟାସ କରିଥିଲେ । ଏପରିକି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଏକ ରେସିଂ ସାଇକେଲ୍ ପ୍ରଦାନ କରି କଳ୍ପନାଙ୍କୁ ଉତ୍ସାହିତ କରିଥିଲେ । ବର୍ଲିନ ଯାତ୍ରା ପୂର୍ବରୁ କଳ୍ପନା ରାଜ୍ୟର ସାଇକ୍ଲିଂ କିଂବଦନ୍ତି ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ମିନତି ମହାପାତ୍ରଙ୍କୁ ଭେଟିଥିଲେ । ଏସବୁର ସୁଫଳ ଏବେ ମିଳିବା ଆରମ୍ଭ ହୋଇଛି । କଳ୍ପନାଙ୍କ ନିକଟକୁ ଏବେ ଅଭିନନ୍ଦନର ସୁଅ ଛୁଟିଛି । ଏସ୍‌ଓବି ଓଡ଼ିଶାର ସଭାପତି କସ୍ତୁରୀ ମହାପାତ୍ର, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ, ବିଆଏର୍ମ୍‌-ଆଶା ଉପ ସଭାପତ ପ୍ରଦୀପ୍ତ ରଥ, ଅନ୍ତର୍ଜାତୀୟ ଦୃଷ୍ଟିବାଧକ କ୍ରିକେଟର୍ ମହମ୍ମଦ ଜାଫର ଇକବାଲ୍‌, କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ମହାପ୍ରବନ୍ଧକ ଗଗନେନ୍ଦୁ ଦାଶ ପ୍ରମୁଖ କଳ୍ପନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ନିଷ୍କର୍ଷ ମିଡିଆ ଏଣ୍ଟରଟେଣ୍ଟମେଣ୍ଟ ପବ୍ଲିକେଶନ ପରିବାର ପକ୍ଷରୁ ମଧ୍ୟ କଳ୍ପନାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯିବା ସହ ତାଙ୍କର ଆହୁରି ସଫଳତା ପାଇଁ କାମନା କରାଯାଇଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ