ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ମକର ମିଳନ
#କୋଣାର୍କ (ଏନ୍.ଏମ୍.): ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ନେଇ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ମକର ମିଳନ ଉତ୍ସବ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରିକ ମହାମଞ୍ଚର ଆବାହକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ମକର ମିଳନ ଉତ୍ସବରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ମହାମଞ୍ଚର ସଦସ୍ୟ ଗୋଟିପୁଅ ନୃତ୍ୟଗୁରୁ ଜୟକୃଷ୍ଣ ନାୟକ ଗତ ମାସରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବାରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ବରିଷ୍ଟ ନାଗରିକ ମହାମଞ୍ଚର ଆଗାମୀ କାର୍ଯ୍ୟଧାରାକୁ ସୁପରିଚାଳନା କରିବା ପାଇଁ ସର୍ବସମ୍ମତିକ୍ରମେ ସଭାପତି ଭାବେ ରାଜକିଶୋର ମହାପତ୍ର, ଉପ-ସଭାପତି ଭାବେ ଉମେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଭାବେ ବିଦ୍ୟାଧର ଜେନା, କାର୍ଯ୍ୟକାରୀ ସମ୍ପାଦକ ଭାବେ ଗନ୍ଧର୍ବ ସେନାପତି, କୋଷାଧ୍ୟକ୍ଷ ଭାବେ ରବିନ୍ଦ୍ରନାଥ ପରିଡା, ସହ କୋଷାଧ୍ୟକ୍ଷ ଭାବେ ଗୁଣମଣି ପ୍ରଧାନ ଚୟନ ହୋଇଥିବାବେଳେ ଶରତଚନ୍ଦ୍ର ବାରିକ ଓ ବୀପ୍ରବର ପାତ୍ରଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି । ଏହି ମକର ମିଳନ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ।