ବଢ଼ୁଛି ଡକାୟତି ଆତଙ୍କ: ରାତି ଅଧରେ ନାଁ ଧରି ଡାକିଲେ, ଘରେ ପଶି ହତ୍ୟା କରିବା ସହ କଳାକନା ବୁଲାଇଲେ

ବଢ଼ୁଛି ଡକାୟତି ଆତଙ୍କ: ରାତି ଅଧରେ ନାଁ ଧରି ଡାକିଲେ, ଘରେ ପଶି ହତ୍ୟା କରିବା ସହ କଳାକନା ବୁଲାଇଲେ

ବଢ଼ୁଛି ଡକାୟତି ଆତଙ୍କ: ରାତି ଅଧରେ ନାଁ ଧରି ଡାକିଲେ, ଘରେ ପଶି ହତ୍ୟା କରିବା ସହ କଳାକନା ବୁଲାଇଲେ

News by Biswajit Dalai (Salepur)

#ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ଓ ନେମାଳ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ଚୋରି, ଡକାୟତି, ଛିନତାଇ ସାଙ୍ଗକୁ ହତ୍ୟା ଭଳି ଘଟଣା ଘନଘନ ଘଟିବା ଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଗୋଟିଏ ପଟେ ସାଲେପୁର ଅଞ୍ଚଳରେ ଅପରାଧୀମାନଙ୍କ ଦୌରାତ୍ମ ବଢ଼ିବାରେ ଲାଗିଥିବାବେଳେ ଅନ୍ୟପଟେ ପୁଲିସ ପ୍ରଶାସନର ନିଷ୍କ୍ରିୟତା ବୋଲି ସାଧାରଣରେ ଅଭିଯୋଗ ଉଠିଛି । ଗତକାଲି ବିଳମ୍ବିତ ରାତିରେ ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଡକାୟତି କରିବା ନିମନ୍ତେ କିଛି ଦୁବୃର୍ତ୍ତ ଜଣଙ୍କ ଘରେ ପଶି କଳାକନାବୁଲାଇବା ସହ ପରିବାର ମୁଖ୍ୟଙ୍କୁ ହତ୍ୟା କରିବା ଭଳି ଦୁଃଖଦ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଆସି କବାଟ ବାଡ଼େଇ ପରିଚିତ ବ୍ୟକ୍ତି ଭଳି ନାମ ଧରି ଡାକିଲେ । କିଏ ବୋଲି ଘରର ମୁଖିଆ ହୃଷିକେଶ ମୁଦୁଲି କବାଟ ଖୋଲିବା କ୍ଷଣି ମାରଣାସ୍ତ୍ର ଧରି ୪ ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରିବା ଆରମ୍ଭ କଲେ । ତେବେ ଏହାର ପ୍ରତିବାଦ କରିବାରୁ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଚୋଟରେ ଘଟଣାସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିବାବେଳେ ପତ୍ନୀ କନକଲତା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ହୃଷିକେଶ ଜଣେ ଅବସରପ୍ରାପ୍ତ ସ୍କୁଲ କ୍ଲର୍କ ହୋଇଥିବା ବେଳେ ଗାଁର ଶେଷ ମୁଣ୍ଡରେ ସେ ପରିବାର ସହ ରହୁଥିଲେ । ପରିବାର କହିଲେ ହୃଷିକେଶ ଓ ତାଙ୍କ ପତ୍ନୀ ନିଜର ଜଣେ ସମ୍ପର୍କୀୟ ନାତିଙ୍କ ସହ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଚୋରମାନେ ହୃଷିକେଶଙ୍କ ନାମ ଧରି କବାଟ ଖୋଲିବାକୁ ଡାକିଥିଲେ । ପରିଚିତ ବ୍ୟକ୍ତି କିଏ ହୋଇଥିବ ଭାବି ହୃଷିକେଶ କବାଟ ଖୋଲି ଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଘର ଭିତରେ ପଶିଥିଲେ । ସେମାନେ ଲୁଟପାଟ କରିବାକୁ ଉଦ୍ୟମ କରିବାରୁ ହୃଷିକେଶ ଏହାକୁ ବିରୋଧ କରିଥିଲେ । ଫଳରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ତାଙ୍କ ଶରୀରର ବେକ ସମେତ ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ । ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ଏହାଦେଖି ତାଙ୍କ ପତ୍ନୀ କନକଲତା ଚିତ୍କାର କରିଥିଲେ । ଫଳରେ ଦୁର୍ବୃତ୍ତମାନେ ତାଙ୍କ ଶରରୀର ବିଭିନ୍ନ ସ୍ଥାନରେ ମଧ୍ୟ ଚୋଟ ମାରିବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ନାତି ଓଁକାର ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଆଲମାରିରୁ ସବୁ ସୁନା ଅଳଙ୍କାର ଧରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ । ଏହି ଖବର ପ୍ରଚାରିତ ହେବାରୁ ହୃଷିକେଶଙ୍କ ଘର ଆଗରେ ଗାଁ ଲୋକଙ୍କ ଗହଳି ଜମିଥିଲା । ତୁରନ୍ତ କନକଲତା ଏବଂ ଓଁକାରଙ୍କୁ କଟକ ବଡ ମେଡିକାଲ ପଠାଯାଇଛି । ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି । ଏହି ଘଟଣା ପଛରେ କାହାର ହାତ ଅଛି, କ’ଣ ଚୋରି ଯାଇଛି ତାହାର ତଦନ୍ତ ଚାଲିଛି, ସନ୍ଧାନୀ କୁକୁର ସହ ସାଇଁଟିଫିକ୍ ଟିମ ମଧ୍ୟ ତଦନ୍ତ କରୁଛନ୍ତି ଖୁବ ଶିଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ