ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ


ବଡ଼ମ୍ବା (ଏନ୍‌.ଏମ୍‌.): ଭାରତସରକାରଙ୍କ ମିନିଷ୍ଟ୍ରି ଅଫ ସ୍କିଲ ଡେଭେଲପ ଏଣ୍ଡ ଏଣ୍ଟେରପ୍ରେନୁୟେରସିପ ଅନ୍ତର୍ଗତ ସ୍ୱୟଂଶାସିତ ସଂସ୍ଥା ଜନଶିକ୍ଷଣ ସଂସ୍ଥା ନିର୍ଦ୍ଦେଶାଳୟର କଟକ ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡମ୍ବା ବ୍ଲକ ଅନ୍ତର୍ଗତ ଦାଶରଥୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାରୋଡ଼ ଗ୍ରାମର ଭେଳେଇ ଓ ବେଲିଆପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମଣଗାଡିଆ ଗ୍ରାମରେ ଦୁଇ ଗୋଟି ଦକ୍ଷତା ବିକାଶ କେନ୍ଦ୍ରର ସ୍ଥାପନ କରାଯାଇଛି । ଗ୍ରାମାଞ୍ଚଳର ଯୁବ ବର୍ଗଙ୍କୁ ବିଭିନ୍ନ ପ୍ରକାର ଜୀବିକା ନିର୍ବାହ କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କ ରୁଚିଓ ଆଗ୍ରହ ଅନୁସାରେ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ରୋଜଗାର କ୍ଷମ କରିବା ପାଇଁ ତାଲିମର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଖାରୋଡ଼ ଭେଲେଇ ଠାରେ ପାରମ୍ପରିକ ବାଉଁଶ ଟୋକେଇ, ଗାଣ୍ଡୁଆ, ଜାଲି, ଝୁଡି, ଓଦର, ଡୋଲୀ ପ୍ରଭୃତି ପ୍ରସ୍ତୁତି କରୁଥିବା ବାଉଁଶ କାରିଗର ପରିବାରର ଆଗାମୀ ପିଢିଙ୍କୁ ସେଥିପ୍ରତି ଆକୃଷ୍ଠ କରି ରୋଜଗାରକ୍ଷମ କରିବା ପାଇଁ ଦକ୍ଷତା ବିକାଶକେନ୍ଦ୍ରର ପ୍ରତିଷ୍ଠା କରାଯାଇଥିବା ବେଳେ ଡମଣ ଗାଡ଼ିଆ ଗ୍ରାମରେ ହାଣ୍ଡରୋଲଡ ଅଗରବତୀ ମେକର କାର୍ଯ୍ୟକ୍ରମ କରାଯାଉଛି । ବଡମ୍ବା ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଏସଏମଜୀୟୁପିର ପ୍ରତିଷ୍ଠାତା ସମ୍ପାଦକ ରଜନୀକାନ୍ତ ବଳବନ୍ତରାୟଙ୍କ ସହଯୋଗରେ ବିଭିନ୍ନ ଗ୍ରାମମାନଙ୍କରୁ ଆଗ୍ରହୀ ଯୁବକ-ଯୁବତୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପଞ୍ଜିକୃତ କରାଯାଇ ତାଲିମ ପ୍ରଦାନ କରାଯାଉଛି । ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ଦେବବ୍ରତ ମାନସ କୁମାର ମାନସିଂହ, ମଧୁସ୍ମିତା ପାଟ୍ଟଶାଣୀ, ସରୋଜ କୁମାର ସାହୁ, ବିଶ୍ୱଜିତ ଲେଙ୍କା ପ୍ରମୁଖ ସହଯୋଗ କରିଥିବାବେଳେ ରିସୋର୍ସପର୍ସନ ଭାବରେ ସନ୍ତୋଷ କୁମାର ବେହେରା ଓ ସୁଧାକର ପ୍ରଧାନ ଦାୟୀତ୍ୱ ନିର୍ବାହ କରୁଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *