ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ


#ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚଳିତ ବର୍ଷର ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ଜାତୀୟ ପୁଷ୍ଟି ସପ୍ତାହ କାର୍ଯ୍ୟକ୍ରମ ଗତ ୧ ସେପ୍ଟେମ୍ବର ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ମଙ୍ଗରାଜପୁର, ମହିଷାଲଣ୍ଡା ଓ କୁଶପଙ୍ଗି ପଞ୍ଚାୟତରେ ପାଳିତ ହୋଇଯାଇଛି । ଏ ବର୍ଷର ସ୍ଲୋଗାନ ‘ପ୍ରାରମ୍ଭରୁ ହିଁ ସଠିକ ଖୁଆନ୍ତୁ’ ନେଇ ଗ୍ରାମ୍ୟସ୍ତରରେ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାନଙ୍କ ସହିତ ୧୫୦ରୁ ଊର୍ଦ୍ଧ୍ୱ ଗର୍ଭବତୀ, ପ୍ରସୂତି ମହିଳା, ସ୍ୱୟ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କୁଇଜ କମ୍ପିଟିସନ ସହିତ ବିଭିନ୍ନ ପ୍ରକାରର ସୁଷମ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରଯାଇଥିଲା । ଅଂଶଗ୍ରହଣ କାରୀଙ୍କୁ ଶିଶୁ ଜନ୍ମ ହେବ ମାତ୍ରେ ୬ ମାସ ପର୍ଯ୍ୟନ୍ତ ଖାଲି ସ୍ତନ୍ୟପାନ ସହିତ ୬ ମାସ ପରେ ସ୍ତନ୍ୟପାନ ସହିତ ଅନ୍ୟ ପରିପୂରକ ଖାଦ୍ୟ ଓ ଟୀକାକରଣ ଉପରେ ବୁଝାଯାଇ ଥିଲା । ଶିଶୁ କୁ ଠିକ ଭାବରେ ଲାଳନ ପାଳନ କରିବା ମା ସହିତ ପରିବାରର ସମସ୍ତଙ୍କ ଓ ସମାଜର ଦାୟିତ୍ୱ ବୋଲି ମତପ୍ରକାଶ ପାଇ ଥିଲା । ଏବର୍ଷର ସ୍ଲୋଗାନ “ମାନବ-କେନ୍ଦ୍ରିତ ପୁନରୁଦ୍ଧାର ପାଇଁ ସାକ୍ଷରତା: ଡିଜିଟାଲ୍ ବିଭାଜନକୁ ସଂକୀର୍ଣ୍ଣ କରିବା” କୁ ନେଇ ଫାଉଣ୍ଡେସନ ତରଫରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମହିଷାଲଣ୍ଡା ଗ୍ରାମ ପଞ୍ଚାୟତ୍ତର ଆମ୍ବିଳିଝରି ଗ୍ରାମରେ ପାଳିତ ହୋଇ ଯାଇଛି । ଏଠାରେ ପ୍ରକାଶ କରାଯାଇପାରେ ଯେ, ଚୌଦ୍ୱାର ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ମଙ୍ଗରାଜପୁର, ମହିଷାଲଣ୍ଡା, କରଞ୍ଜି ପଞ୍ଚାୟତ୍ତର ଆଦିବାସୀ ମହିଳା ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଫାଉଣ୍ଡେସନ ତରଫରୁ ୬ ଟି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ଅଭିଯାନ ମାଧ୍ୟମରେ ୧୮୦ ଜଣ ଆଦିବାସୀ ମହିଳାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ଅବସରରେ ଫାଉଣ୍ଡେସନ ତରଫରୁ ଡିଜିଟାଲ ବିଭାଜନଙ୍କୁ କମ କରିବା ପାଇଁ ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ମାନଙ୍କୁ ୬ ଟି ଟାବଲେଟ ଓ ସ୍ପିକର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତିଥି ଭାବରେ ଇମ୍ଫା, ଚୌଦ୍ୱାରର ଜି.ଏମ. ଜି.ଏସ.ପିରାଓ,ଜି.ଏମ. ସମରେନ୍ଦ୍ର ବେଉରା, ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ, ଧ୍ରୁବ ଚରଣ ରାଉତ, ସିନିୟର ମ୍ୟାନେଜର ମାନସ ପ୍ରଧାନ, ଫାଉଣ୍ଡେସନ୍‌ର ଡିଜିଏମ ନିଲେନ୍ଦୁ ଚାଟ୍ଟାର୍ଜି ଯୋଗଦେଇ ଅଂଶଗ୍ରହଣ କାରୀଙ୍କୁ ସୁଷମ ଖାଦ୍ୟ ଓ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାର ମହତ୍ୱ ସମ୍ପର୍କରେ ବୁଝାଇ ଥିଲେ । କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଅଧିକାରୀ ଆଶିଷ ଦାସ, ସୁନୀଲ ପରିଡା, ଚନ୍ଦ୍ରଶେଖର ମହାପାତ୍ର, ଶୁଭଶ୍ରୀ ନାୟକ ଓ ଜ୍ଞାନ ରଞ୍ଜନ ବେହେରା ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ