ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଫାସରେ ପଡ଼ି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ଅଞ୍ଚଳ ଫୁଲବାଡ଼ି ତୋଟା ଠାରେ ଏହି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବାରହା ଶିକାର ପାଇଁ ଜାଲ ବିଛାଇଥିବା ବେଳେ ସେଥିରେ କଲରାପତରିଆ ବାଘ ଫସିଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଭିରୁଡ଼ା ଜଙ୍ଗଲରେ କୌଣସି ଶିକାରୀ ବାରହା ଓ ହରିଣଙ୍କ ଶିକାର କରିବା ପାଇଁ ଫାଶ ପକାଇଥିଲେ । ମାତ୍ର ଉକ୍ତ ବାଟ ଦେଇ ଏକ କଲରପତରିଆ ବାଘ ଯାଉଥିବା ବେଳେ ଉକ୍ତ ଫାଶରେ ପଡ଼ି ଯାଇଥିଲା । ବହୁ ଚେଷ୍ଟା ପରେ ବି ବାଘଟି ସେଥିରୁ ମୁକୁଳି ନ ପାରି ଶେଷରେ ଜୀବନ ହାରିଛି । ରେଞ୍ଜରଙ୍କ ସମେତ ଅନ୍ୟ ବନ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଠଗଡ଼ ନିକଟରେ ନରସିଂହପୁର, ହିନ୍ଦୋଳ, ଦଶପଲ୍ଲା ଓ ସପ୍ତଶଯ୍ୟା ଜଙ୍ଗଲ ରହିଥିବାରୁ ବାଘଟି ସେଥିମଧ୍ୟରୁ କୌଣସି ଜଙ୍ଗଲରୁ ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି । ଗତ ୨ ବର୍ଷ ପୂର୍ବେ ସମାନ ଜାଗାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ତାହାକୁ ଲୁଚା ଯାଇ ବାଘଟିକୁ ପୋଡ଼ି ଦିଆଯାଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ବନ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏପରି ଘଟଣା ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ ହୋଇଛି । ବନ କର୍ମଚାରୀ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉନଥିବା ଯୋଗୁ ବହୁ ବନ୍ୟଜନ୍ତୁ ଶିକାରୀଙ୍କ ଫାଶରେ ପଡ଼ୁଥିବା ଅଭିଯୋଗ ହୋଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ