ଫାର୍ମ ହାଉସ ପୋଖରୀରୁ ଛାତ୍ରୀର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଫାର୍ମ ହାଉସ ପୋଖରୀରୁ ଛାତ୍ରୀର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଫାର୍ମ ହାଉସ ପୋଖରୀରୁ ଛାତ୍ରୀର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ


ଭୁବନେଶ୍ୱର (ଏନ୍‌.ଏମ୍‌.): ଭୁବନେଶ୍ୱର କମିଶନରେଟ ପୁଲିସ ଅନ୍ତର୍ଗତ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍ ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ତେବେ କେହି କେହି ଏହାକୁ ଆତ୍ମହତ୍ୟା କହୁଥିବାବେଳେ ଝିଅର ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଛି । ମୃତା ଛାତ୍ରୀଙ୍କ ନାମ କାମିନୀ ପ୍ରିୟଦର୍ଶୀନି ବୋଲି ଜଣାପଡ଼ିଛି । ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ କାମିନୀଙ୍କ ଘର ହୋଇଥିବାବେଳେ ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍ ପ୍ରଫେସର ଅଛନ୍ତି । କାମିନୀ ଗତକାଲି ରାତି ପ୍ରାୟ ୧୨ଟାରେ ନିଜ ମା’ଙ୍କ ସହ ଶୋଇଥିଲେ । ରାତି ପ୍ରାୟ ୩ଟା ବେଳକୁ ତାଙ୍କ ମା’ ଉଠି ଝିଅ ଘରେ ନଥିବା ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଘରର କବାଟ ଓ ଗେଟ୍ ଖୋଲାଥିବା ଦେଖିବାକୁ ପାଇଥିଲେ । ଗେଟ୍ ନିକଟରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ଖୋଜାଖୋଜି କରିଥିଲେ । କିନ୍ତୁ ଝିଅର ସନ୍ଧାନ ପାଇ ନଥିଲେ । କିନ୍ତୁ ଆଜି ସକାଳେ ନନ୍ଦନକାନନ ଆଇଆଇସି କାମିନୀଙ୍କ ବାପାଙ୍କୁ ଫୋନ୍ କରି ଷଡ଼ଙ୍ଗୀ ଫାର୍ମ ହାଉସ୍କୁ ଆସିବାକୁ କହିଥିଲେ । ଘରଠୁ ମାତ୍ର ୫୦୦ ଦୂରରେ ଥିବା ଷଡଙ୍ଗୀ ଫାର୍ମ ହାଉସରେ ପହଞ୍ଚିଲା ପରେ ପରିବାର ଲୋକେ କାମିନୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।
ଏ ନେଇ କାମିନୀଙ୍କ ବାପା କହିଛନ୍ତି ଯେ, ଝିଅ ସବୁବେଳେ ୯୦ପ୍ରତିଶତ ଉପରେ ମାର୍କ ରଖେ । ହେଲେ ଜେଇଇ ପରୀକ୍ଷା ସାମାନ୍ୟ ଖରାପ ହୋଇଥିବାରୁ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲା । ତାକୁ ଆମେ ବୁଝାଇଥିଲୁ । ଆମ ତରଫରୁ ତା’ଉପରେ କୌଣସି ଚାପ ନ ଥିଲା । ସେ କହିଛନ୍ତି, ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ସେ ରାତି ୧ଟା୫୫ରେ ନନ୍ଦନକାନନ ଆଡ଼କୁ ଚାଲି ଚାଲି ଯାଉଥିବା ଦେଖିଥିଲୁ । ଝିଅ ପୂର୍ବରୁ କେବେ ବି ଏହି ଫାର୍ମ ହାଉସକୁ ଆସିନି । ଆତ୍ମହତ୍ୟା କରିବାର ଥିଲେ ସେ ଘର ନିକଟରେ ଥିବା ପୋଖରୀରେ କରି ପାରିଥା’ନ୍ତା । ଏଠାକୁ କିପରି ଓ କାହିଁକି ଆସିଲା? ତା’ ଛଡ଼ା ଏହି ଫାର୍ମ ହାଉସର ଚାରିପଟେ ୧୦ ଫୁଟ ଉଚ୍ଚତାର ପାଚେରି ଥିବା ବେଳେ ଭିତରକୁ ପ୍ରବେଶ କରିବାକୁ ୪ଟି ଗେଟ୍ ଅଛି । ଗେଟରେ ତାଲା ପଡ଼ିଥିଲା । ତେଣୁ ସେ ରାତି ଅଧରେ କିପରି ଭିତରେ ପଶିଲା? ଏକୁଟିଆ ଝିଅକୁ ରାସ୍ତାରେ ଦେଖି କେହି ପ୍ରଲୋଭିତ କରି ଆଣିଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । ସେହିପରି କାମିନୀଙ୍କ ମା’ କହିଛନ୍ତି ଯେ, ପରୀକ୍ଷା ଖରାପ ହୋଇଥିବାରୁ ଝିଅ ଉଦାସ ରହୁଥିଲା । ଗତକାଲି ରାତିରେ ମୋ ପାଖରେ ଶୋଇଥିଲା । ହେଲେ ୩ଟା ରାତିରେ ଉଠିଲା ବେଳକୁ ପାଖରେ ନଥିଲା । ଏହାପରେ ଆମେ ଖୋଜାଖୋଜି କରିଥିଲୁ । କିନ୍ତୁ ପାଇ କୌଣସି ସନ୍ଧାନ ନମିଳିବାରୁ ଥାନାରେ ଜଣାଇଥିଲୁ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ