ଫାଙ୍କା ଗୁଳିଚାଳନା କରି ସୁନା ରୂପା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୁଲିସର ତନାଘନା : କମିଶନରେଟ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ

ଫାଙ୍କା ଗୁଳିଚାଳନା କରି ସୁନା ରୂପା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୁଲିସର ତନାଘନା : କମିଶନରେଟ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ

ଫାଙ୍କା ଗୁଳିଚାଳନା କରି ସୁନା ରୂପା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୁଲିସର ତନାଘନା
କମିଶନରେଟ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚାଲେଞ୍ଜ

News by Basanta Ratha (Cuttack)

#କଟକ ସଦର(ଏନ୍‍.ଏମ୍‍.): କଟକ କମିଶନରେଟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । କନ୍ଦରପୁର ଥାନା ଅନ୍ତର୍ଗତ ମତ୍ତଗଜପୁର ରେଲୱେ ଷ୍ଟେସନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ଆଜି ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରି ଜନୈକ ବ୍ୟବସାୟୀଙ୍କ ଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଉକ୍ତ ଥାନା ଅନ୍ତର୍ଗତ ହାଟସାହିର ଅଲେଖ ପାତ୍ରଙ୍କ ପୁଅ ବିକି ଓରଫ ବିକାଶ ପାତ୍ର ସବୁଦିନ ଭଳି ଗାଁ ଗହଳିରେ ସୁନା ରୂପା ଗହଣା ବେପାର କରିବାକୁ କଟକ ଅଭିମୁଖେ ଯାଉଥିଲେ । ଏଣିକି ବେଳେ ପଛରୁ ତାଙ୍କୁ ମଟରସାଇକେଲ ଯୋଗେ ପିଛା କରି ରେଳ ଷ୍ଟେସନ ନିକଟରେ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା ସହ ଭୟଭୀତ କରି ଦୁର୍ବୃତ୍ତମାନେ ତାଙ୍କ ଠାରୁ ୩ ଟି ସୁନା ଚେନ୍‌, ରୂପା ଅଳଙ୍କାର ଓ ୨୫ ହଜାର ଟଙ୍କା ଛଡାଇ ନେଇ କଟକ ପଟକୁ ଦ୍ରୁତ ଗତିରେ ପଳାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିବା ଜଣାପଡିଛି । ତେବେ ୮ ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ଆସି ୪ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଲୁଟ୍ କରିଥିବାବେଳେ ପୁଲିସ ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିଛି । ଏଭଳି ଘଟଣା ଘଟିବା ପରେ ଅଞ୍ଚଳରେ ଜନସାଧାରଣ ଭୟଭୀତ ହେବା ସହ ପୁଲିସ ଉପରୁ ଲୋକଙ୍କ ଭରଷା ତୁଟୁଥିବା ଅଭିଯୋଗ ଉଠିଛି । ତେବେ କିଛି ବର୍ଷ ପୂର୍ବେ ଏହି ରାସ୍ତା ରାହାଜାନୀ ରାସ୍ତା ଭାବେ ପରିଗଣିତ ହେଉଥିବାବେଳେ ବେଳେ ପୁଲିସର ଘନଘନ ପାଟ୍ରୋଲିଙ୍ଗ ଓ ତୀକ୍ଷ୍ନ ନଜର ଯୋଗୁଁ ତାହା ବନ୍ଦ ରହିଥିଲା । ଆଜି ପୁଣି ଏଭଳି ଘଟଣା ଘଟିବା ପୁଲିସ ପାଇଁ ଚାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ପାର୍ବଣ ଋତୁକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ଅପରାଧ ନିୟନ୍ତ୍ରଣ କରିବାରେ ଅଧିକ ଯତ୍ନବାନ ହେବା ଉଚିତ ବୋଲି ମତପ୍ରକାଶ ପାଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ