ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବୋର୍ଡ଼ : ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବୋର୍ଡ଼ : ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବୋର୍ଡ଼ : ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା


କଟକ (ଏନ୍‌.ଏମ୍‌.): ଚଳିତବର୍ଷର ପ୍ରକାଶିତ ମାଟ୍ରିକ ଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜି ଅଫଲାଇନ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ପରୀକ୍ଷା କରାଯିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । କୋଭିଡ଼ ନିୟମ ଅନୁପାଳନ କରାଯାଇ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ତେବେ ପ୍ରଶ୍ନପତ୍ରର ବ୍ୟବସ୍ଥା କିପରି କରାଯିବ ଏବଂ ସିଲାବସ୍‌କୁ ହ୍ରାସ କରାଯାଇ ପ୍ରଶ୍ନପତ୍ର ତିଆରି ହେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନି ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଗୋଟିଏ ସମୟରେ ପରୀକ୍ଷା କରାଯିବ । ପ୍ରଥମ ଭାଷା, ଦ୍ୱିତୀୟ ଭାଷା, ତୃତୀୟ ଭାଷା ଓ ଗଣିତ ପ୍ରଶ୍ନପତ୍ର ଉଭୟ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ସମାନ ରହିବ । କେବଳ ବିଜ୍ଞାନ ଓ ସାମାଜିକ ବିଜ୍ଞାନର ପ୍ରଶ୍ନପତ୍ର ଭିନ୍ନଭିନ୍ନ ରହିବ । ୩୦ ତାରିଖରେ ପ୍ରଥମ ଭାଷା, ୩୧ ତାରିଖରେ ଦ୍ୱିତୀୟ ଭାଷା, ୨ ତାରିଖରେ ଗଣିତ, ୩ ତାରିଖରେ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା କରାଯିବ । ସକାଳ ୯ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ । ଗଣିତ ପରୀକ୍ଷାକୁ ବାଦ୍ ଦେଇ ଅନ୍ୟ ସମସ୍ତ ପରୀକ୍ଷାର ଅବଜେକ୍ଟିଭ ପରୀକ୍ଷା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଓ ସବଜେକ୍ଟିଭ ପରୀକ୍ଷା ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ହେବ । ଗଣିତ ପରୀକ୍ଷା ନିମନ୍ତେ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭରେ ଅତିରିକ୍ତ ୧୫ ମିନିଟ ଲେଖାଏ ସମୟ ପ୍ରଦାନ କରାଯିବ । ପ୍ରାକ୍ଟିକାଲ ଥିବା ବିଷୟ ଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷା କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଫଲାଇନ ପରୀକ୍ଷା ନିମନ୍ତେ ଜୁଲାଇ ୫ରୁ ଅନଲାଇନ ଜରିଆରେ ଫର୍ମପୂରଣ ଆରମ୍ଭ ହେବ । ଫର୍ମପୂରଣ ନିମନ୍ତେ ସମସ୍ତ ନିର୍ଦ୍ଦେଶାବଳୀ ବୋର୍ଡର ନିଜସ୍ୱ ୱେବସାଇଟରେ ପ୍ରଦାନ କରାଯାଇଛି । ଜୁଲାଇ ୧୪ ତାରିଖ ଫର୍ମପୂରଣର ଶେଷ ତାରିଖ ଥିବା ବେଳେ ପରୀକ୍ଷା ଫିସ୍ ଛାଡ଼ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମପୂରଣ କରିବାକୁ ବୋର୍ଡ ପକ୍ଷରୁ ନିବେଦନ କରାଯାଇଛି । ଏହାଛଡ଼ା ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ନାହିଁ ବୋଲି ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି