ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ


ଜଗତପୁର(ଏନ୍‌.ଏମ୍‌.): ଫେସବୁକ ଚାଟିଂରୁ ଆରମ୍ଭ ହେଲା ପ୍ରେମ । ପରେ ମନ୍ଦିରରେ ଉଭୟ ବିବାହ କଲେ । କିନ୍ତୁ ବିବାହ ହେବାର ୬ ମାସ ପରେ ଯୌତୁକ ଦାବି କରି ସ୍ୱାମୀ ଜଣକ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଜଗତପୁର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।
ଅଭିଯୋଗ ଅନୁଯାୟୀ, ଜଗତପୁର ଥାନା ଆତୋଡା ଗ୍ରାମ ମଲ୍ଲିକ ସାହିର ବାବି ଓରଫ ଦାସରଥି ମଲ୍ଲିକ(୨୫)ଙ୍କୁ ଜଣେ ମହିଳା ପ୍ରେମ ବିବାହ କରିଥିଲେ । ଚୌଦ୍ୱାର ଥାନା ଅଞ୍ଚଳର ଋତୁପର୍ଣ୍ଣା(ଛଦ୍ମନାମ) ନାମକ ଜଣେ ମହିଳା ଆତୋଡା ଗ୍ରାମର ଦାସରଥିଙ୍କ ସହିତ ପ୍ରଥମେ ଫେସବୁକରେ ପରିଚୟ ହୋଇଥିଲା । ଉଭୟଙ୍କ ମଧ୍ୟରେ ମିଠାମିଠା କଥା, ହୃଦୟଭରା ପ୍ରତିଶ୍ରୁତିରେ ଧିରେଧିରେ ପ୍ରେମ ସମ୍ପର୍କ ନିବିଡ଼ ହୋଇ ଯାଇଥିଲା । ତେବେ ପରସ୍ପରକୁ ଭେଟିବା ପରେ ସମ୍ପର୍କରେ ଏତେ ବଢ଼ିଯାଇଥିଲା ଯେ, ଶେଷରେ ଉଭୟେ ଜଗତପୁରର ଏକ ମନ୍ଦିରରେ ବିବାହ କରିଥିଲେ । ନିୟମାନୁଯାୟୀ ବିବାହ ପରେ ଋତୁପର୍ଣ୍ଣା ଶାଶୁ ଘରେ ସ୍ୱାମୀଙ୍କ ସହ ରହି ଆସୁଥିଲେ । ମାତ୍ର ବିବାହର ଠିକ ୬ମାସ ପରେ ଦାସରଥି ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ ପତ୍ନୀ ଋତୁପର୍ଣ୍ଣାଙ୍କୁ ଦାବି କରିଥିଲେ । ଫଳରେ ବାପଘରୁ ଟଙ୍କା ଆଣିବା ସମ୍ଭବ ନୁହେଁ ବୋଲି କହିବାରୁ ସ୍ୱାମୀ ଦାସରଥି ଅଧିକ ଉତ୍‌କ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ । ଫଳରେ ଏଭଳି ନିର୍ଯ୍ୟାତନା ସହ୍ୟ କରିବା ଋତୁପର୍ଣ୍ଣାଙ୍କ ପକ୍ଷେ ସମ୍ଭବ ନହେବାରୁ ଶାଶୁଘରୁ ବାହାରିଆସି ଜଗତପୁରସ୍ଥିତ ଏକ ଗ୍ରାମରେ ଭଡାଘର ନେଇ ରହୁଥିଲେ । କିନ୍ତୁ ଗତ ୧୫ ତାରିଖରେ ଦାସରଥି ପୁନର୍ବାର ଋତୁପର୍ଣ୍ଣାଙ୍କ ନିକଟକୁ ଯାଇ ଅଧିକ ଟଙ୍କା ଦାବି କରି ତାଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିଲେ । ଏପରିକି ତାଙ୍କ ମୁହଁରେ ତକିଆ ପକାଇ ମାରିଦେବାକୁ ଉଦ୍ୟମ କରିବା ଭଳି ଅଭିଯୋଗ ହୋଇଥିଲା । ତେବେ ଋତୁପର୍ଣ୍ଣା ଜଗତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଘରୋଇ ହିଂସା ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତ ଦାସରଥିକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ