ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଅଶ୍ଳିଳ ଫଟୋ ଭାଇରାଲ କରି ପ୍ରେମିକ ଗିରଫ

ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଅଶ୍ଳିଳ ଫଟୋ ଭାଇରାଲ କରି ପ୍ରେମିକ ଗିରଫ

ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଅଶ୍ଳିଳ ଫଟୋ ଭାଇରାଲ କରି ପ୍ରେମିକ ଗିରଫ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ପ୍ରତିହିଂସା ପରାୟଣ ହୋଇ ଜଣେ ପ୍ରେମିକ ପ୍ରେମିକାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଗିରଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା କଟକ କମିଶନରେଟ ଅଧିନସ୍ଥ ଜଗତପୁର ଥାନା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ତେବେ ଅଭିଯୋଗ ପାଇ ଜଗତପୁର ପୁଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ଶଙ୍ଖେଶ୍ୱର ଗ୍ରାମର ରାମପ୍ରସାଦ ଦାସ(୩୮) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ପ୍ରାପ୍ତ ଖବର ଅନୁଯାୟୀ, ଜଣେ ମହିଳା ପ୍ରଥମେ ରାମପ୍ରସାଦକୁ ପ୍ରେମ କରୁଥିଲେ । ତେବେ ଉଭୟରେ ବିବାହ କରିବେ ବୋଲି କଥା ଦେଇଥିଲେ । ମାତ୍ର କିଛି ଦିନ ପ୍ରେମ ସମ୍ପର୍କ ଚାଲିବା ପରେ ମହିଳା ଜଣକ ଅନ୍ୟଜଣେ ଯୁବକଙ୍କୁ ବିବାହ କରିଥିଲେ । ହେଲେ ରାମପ୍ରସାଦ ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ । ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଭୁଲିନପାରି ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ । ପ୍ରେମରେ ବିଫଳ ହେବା ପରେ ସମ୍ପୃକ୍ତା ଯୁବତୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ପ୍ରେମିକାଙ୍କର ଅଶ୍ଳିଳ ଫଟୋଗୁଡ଼ିକୁ ଫେସବୁକ, ହ୍ୱାଟସଆପ ମାଧ୍ୟରେ ଭାଇରାଲ କରିବା ସହ ପ୍ରେମିକାକୁ ୧ଲକ୍ଷ ଟଙ୍କା ଦାବି କରିଥିଲେ । ଏପରିକି ତୁରନ୍ତ ଟଙ୍କା ନଦେଲେ ସ୍ୱାମୀକୁ ଜୀବନରୁ ମାରିଦେବାକୁ ମଧ୍ୟ ସମ୍ପୃକ୍ତା ଯୁବତୀଙ୍କୁ ଧମକ ଦେଇଥିଲେ । ଫଳରେ ମହିଳା ଜଣଙ୍କ ରାମପ୍ରଦସାଦଙ୍କ ଠାରୁ ବର୍ତ୍ତିବା ପାଇଁ ସ୍ଥାନୀୟ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଶଙ୍ଖେଶ୍ୱର ଗ୍ରାମରୁ ରାମପ୍ରସାଦକୁ ଗିରଫ କରି ଥିଲା । ସୂଚନା ଅନୁଯାୟୀ, ଗତ ଗତ ନଭେମ୍ବର ୨୧ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମ ଅଞ୍ଚଳରେ ଉକ୍ତ ମହିଳା ଜଣକ ବିବାହ କରିଛନ୍ତି । ତେବେ ବିଭାଘର କିଛି ଦିନ ପରେ ବିଫଳ ପ୍ରେମିକ ଉକ୍ତ ମହିଳାଙ୍କୁ ୧ଲକ୍ଷ ଟଙ୍କା ମାଗିଥିଲେ । ମହିଳା ଜଣଙ୍କ ଟଙ୍କା ଦେବାକୁ ମନାକରିବାରୁ ତାଙ୍କର ଅଶ୍ଳିଳ ଭିଡିଓ ଓ ଫଟୋ ତିଆରି କରି ତାଙ୍କ ସ୍ୱାମୀଙ୍କ ମୋବାଇଲକୁ ପଠାଇଥିଲେ । ମହିଳା ଜଣଙ୍କ ଡିସେମ୍ବର ୨୪ ତାରିଖରେ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ଜଗତପୁର ଥାନା କେସ ନମ୍ବର ୫୪୪/୨୦୨୨ ରୁଜୁକରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଥିବା ଆଇଆଇସି ରବୀନ୍ଦ୍ର ମେହେର ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ