ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ଼ ଅସହାୟ: ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, କ୍ରାଇମବ୍ରାଞ୍ଚରେ ମାମଲା

ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ଼ ଅସହାୟ: ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, କ୍ରାଇମବ୍ରାଞ୍ଚରେ ମାମଲା

ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ଼ ଅସହାୟ: ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, କ୍ରାଇମବ୍ରାଞ୍ଚରେ ମାମଲା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଏବେ ଅସୁରକ୍ଷିତ ହୋଇପଡ଼ିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବୋର୍ଡ଼ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା ପାଇଁ ସ୍ୱଚ୍ଛତା ରକ୍ଷା କରିବା ଏବଂ ପ୍ରଶ୍ନପତ୍ର ଲିକ୍ ନହେବା ନେଇ ଯେତେ ପଦକ୍ଷେପ ନେଲେ ମଧ୍ୟ କୁଚକ୍ରି ଗୋଷ୍ଠୀଙ୍କ କବଳରୁ ମୁକୁଳି ପାରୁନି ବୋର୍ଡ଼ । ଅତୀତରେ ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ନେଇ ଅନେକ ତୁମ୍ବିତୋଫାନ ହୋଇଥିଲା । ଏହି ଘଟଣାର କିଛି ଦିନ ପରେ ଏବେ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ଏବେ ଚର୍ଚ୍ଚାର ପ୍ରସଂଗ ହୋଇଛି । ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବୋର୍ଡ ସମ୍ପାଦିକା ସୁମିତ୍ରା ସରକାର କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଏତଲା ଦେଇଛନ୍ତି । ପ୍ରଶ୍ନପତ୍ର ଭାଇରାଲ୍ ସମ୍ପର୍କରେ ଅଧିକ ଖୋଳତାଡ଼ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ୟୁଟ୍ୟୁବ୍ ଚ୍ୟାନେଲ୍ ଆଡ୍ରେସ୍ ଠାବ କରାଯାଇଛି । ଏହାକୁ କେଉଁ କମ୍ପ୍ୟୁଟରରୁ ନିୟନ୍ତ୍ରଣ କରାଯାଉଛି, ଜାଣିବା ପାଇଁ ଆଇପି ଆଡ୍ରେସର ସହାୟତା ନିଆଯାଉଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଲା ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ପରୀକ୍ଷା ହାଇସ୍କୁଲ ଓ ସଂସ୍କୃତ ଟୋଲରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ବୋର୍ଡ ସିଧାସଳଖ ପରୀକ୍ଷା ପରିଚାଳନା କରୁ ନଥିଲା । ସେପ୍ଟେମ୍ବର ୨୩ ରେ ପରୀକ୍ଷା ପରିଚାଳନା ଦାୟିତ୍ୱ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଦିଆଯାଇଥିଲା । ଡିଇଓ ନିଜ ଜିଲ୍ଲାରେ ଥିବା ହାଇସ୍କୁଲ ସଂସ୍କୃତ ଟୋଲକୁ ପ୍ରଶ୍ନପତ୍ର ଦେଇ ପରୀକ୍ଷା ପରିଚାଳନା କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷା କରି ଉତ୍ତର ଖାତା ମୂଲ୍ୟାୟନ କରିଥିଲେ । ବୋର୍ଡର ନିର୍ଦ୍ଦେଶକ୍ରମେ ଉତ୍ତର ଖାତାର ନମ୍ବର ନିଜ ନିକଟରେ ରଖିଥିଲେ । କିନ୍ତୁ ୪ ତାରିଖ ଆରମ୍ଭ ହୋଇଥିବା ପ୍ରଥମ ଭାଷା ଓଡ଼ିଆ ଓ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ୍ ହୋଇ ଯାଇଥିଲା । ଏହି ଦୁଇଟି ବିଷୟର ପ୍ରଶ୍ନପତ୍ର ସହିତ ଉତ୍ତର ଏକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ୍ ହୋଇଯାଇଥିଲା । ଏହି ୟୁଟ୍ୟୁବ ଚ୍ୟାନେଲରେ ଉତ୍ତର ଭାଇରାଲ୍ ହେବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି କରିଛି । ଏହି ପ୍ରଶ୍ନପତ୍ର ଲିକ୍ ପଛରେ ଏକ ର‌୍ୟାକେଟ୍ କାମ କରୁଥିବା କୁହାଯାଉଛି । ଡିଇଓ କିମ୍ବା ସ୍କୁଲସ୍ତରରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି । ମାଧ୍ୟମିକ ଶିକ୍ଷା ପରିଷଦର ଏଭଳି ପ୍ରଶ୍ନ ପତ୍ର ଲିକ୍ ଘଟଣା ନୂଆ ନୁହେଁ । ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦର ଓଟିଇଟି ସମେତ ଅନ୍ୟାନ୍ୟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣା ସାମନାକୁ ଆସିଛି । କିନ୍ତୁ ଲିକ୍ ପଛର କାର୍ପଟଦାର ଠାବ ହୋଇପାରି ନାହାନ୍ତି । ଅନ୍ୟପଟେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ୨୦୨୪ ମାର୍ଚ୍ଚରେ ହେବାକୁ ଯାଉଥିବା ବାର୍ଷିକ ମାଟ୍ରିକ ପରୀକ୍ଷାରେ ଏହି ଷାଣ୍ମାସିକ ପରୀକ୍ଷାଫଳର କୌଣସି ୱେଟେଜ୍ ନାହିଁ ।

ADVERTISEMENT
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି