ପ୍ରଫେସର ସନ୍ତୋଷ ତ୍ରିପାଠୀ ହେଲେ ଏଫ୍ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି
ଭୁବନେଶ୍ୱର(ଏନ୍.ଏମ୍.): ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀଲାଲ ଆଜି ତାଙ୍କୁ ୪ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ ଏବଂ ଆଇଆର ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଶିକ୍ଷାଦାନ ଅଭିଜ୍ଞତା ଅଛି । ପ୍ରଫେସର ତ୍ରିପାଠୀ ୧୦ଟି ପୁସ୍ତକ ରଚନା କରିଛନ୍ତି । ୧୭ ପିଏଚଡି ଏବଂ ୪୦ ଏମଫିଲ୍ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି ।