ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ପାଳନ ପରିପ୍ରେକ୍ଷୀରେ କଟକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ


କଟକ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୟନ୍ତୀ ଅବସରରେ ନଦୀ ବନ୍ଦନ, ନଦୀ ପୂଜନ, ନଦୀ ନିର୍ମଳ ପାଇଁ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଡଗଡ଼ିଆ ଘାଟ ଠାରେ ମହାନଦୀ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ନମାମି ଗଙ୍ଗେ ସଭାପତି ମହେଶ୍ୱର ସାହୁ ଯୋଗ ଦେଇଥିଲେ । ବକ୍ତାମାନେ କହିଥିଲେ ଭାରତ ବର୍ଷର ନଦୀ ଆମ ସାଂସ୍କୃତିକ,ସାମାଜିକ ଓ ଆର୍ôଥକ ଜୀବନ ଧାରାର ପ୍ରମୁଖ ଅଂଶ ହୋଇଥିବାରୁ ଆମର ଅବହେଳା କାରଣରୁ ଆମ ସଭ୍ୟତା ଦିନେନା ଦିନେ ନିଶ୍ଚିତ ଲୋପ ପାଇଯିବ । ମାତୃ ସ୍ତନ୍ୟ କ୍ଷୀର ଭଳି ନଦୀ ଜଳ ମାନବ ଜାତି ପାଇଁ ନିହାତି ଅପରିହାର୍ଯ୍ୟ ବିଷୟ । ସେଥିପାଇଁ ହଜାର ହଜାର ବର୍ଷ ତଳୁ ମୁନି ଋଷି ପରମ୍ପରାରୁ ନଦୀକୁ ମାତାର ଆଖ୍ୟା ଦିଆଯାଇ ନଦୀ ବନ୍ଦନ, ପୂଜନ ହୋଇ ଆସିଛି । କିନ୍ତୁ କାଳ କ୍ରମେ ବୈଦେଶିକ ସାଂସ୍କୃତିକ ଆକ୍ରମଣ କାରଣରୁ ନଦୀ ଗୁଡିକର ଉପଯୁକ୍ତ ଯତ୍ନ ଅଭାବରୁ ଦେଶର ସମସ୍ତ ନୀତି ସହ ଆର୍ôଥକ ଗତି ମଧ୍ୟ ଭୁଶୁଡି ଗଲା । ଏବେ ଆମ ଦେଶ ତଥା ମାନବତାର ରକ୍ଷା ପାଇଁ, ଏହାର ସମ୍ପୂର୍ଣ୍ଣ ସୁରକ୍ଷା ଆମର ନୈତିକ ଦାୟିତ୍ୱ । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ରତ୍ନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରେରଣାରୁ ଏହି ମହାନ କାର୍ଯ୍ୟ ଆରମ୍ଭ ପାଇଁ ଆମକୁ ଆହ୍ୱାନ ଦେଇଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ସ୍ଥାନୀୟ ଗଡଗଡ଼ିଆ ଘାଟରେ ମହାନଦୀ ବନ୍ଦନ ଓ ଆଳତି କରାଯାଇ ସମସ୍ତ କାର୍ଯ୍ୟକର୍ତ୍ତା ନଦୀ ପୂଜନ ପରେ ନଦୀ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ପରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସମସ୍ତେ ନଦୀରେ ସ୍ୱଛଭାରତ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାନଦୀ ଓ କାଠଯୋଡ଼ି ନଦୀରେ ଅତି କମରେ ମୋଦିଜୀଙ୍କ ୭୧ ବର୍ଷ ପୂର୍ତ୍ତି କାରଣରୁ ଅକ୍ଟୋବର ୭ ତାରିଖ ମଧ୍ୟରେ ୭୧ଟି ସ୍ଥାନରେ କରିବା ପାଇଁ କଟକନଗରରେ ନିଷ୍ପତ୍ତି ନିଆଯାଇଥିବା ସଭାପତି ଶ୍ରୀ ବଡୁ ସୂଚନା ଦେଇଛନ୍ତି । ନମାମି ଗଙ୍ଗେ ନଗର ପ୍ରମୁଖ ନାରାୟଣପ୍ରସାଦ ମହାନ୍ତି, ସହ ପ୍ରମୁଖ ଦୁର୍ଯ୍ୟୋଧନ ଲେଙ୍କା ଓ ଶ୍ୟାମସୁନ୍ଦର ସାହୁ, ସ୍ୱଛଭାରତ ପ୍ରମୁଖ କାମାକ୍ଷାପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀତମ ଦାସ, ହୃଷିକେଶ ଜେନା, ସିକନ୍ଦର ଅଲ୍ଲି, ରଶ୍ମିରେଖା ଦାସ, ବିଶ୍ୱରଞ୍ଜନ ମିଶ୍ର, ପ୍ରଦୀପ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରକାଶ ସେଠି, ସୁଶାନ୍ତ ମହାନ୍ତି, କଳ୍ପନା ପଟ୍ଟନାୟକ, ରଂଜିତା ନାଏକ, ସ୍ନେହମଞ୍ଜରୀ ମହାନ୍ତି, ପୁଷ୍ପିତା ମହାପାତ୍ର, ଦେବାନନ୍ଦ ସିଂ, ଅଭିଳାଷ ଜେନା, ରତନ ମହାନ୍ତି, ଜ୍ଞାନ ସ୍ୱାଇଁ, ଜୟକୃଷ୍ଣ ସ୍ୱାଇଁ, ସବ୍ୟସାଚୀ ମହାପାତ୍ର, ନମିତା ମିଶ୍ର, ଶିବେଶ ମିଶ୍ର, ଅମିତ ମିତ୍ର, ମହମ୍ମଦ ସବିର, ସଞ୍ଜୟ ଜେନା, ଶ୍ରୀନିବାସ ରେଡି, ସୁବାଷ ମହାନ୍ତି, ଶିବପ୍ରସାଦ ସେଠି, ସଦାନନ୍ଦ ବିଶ୍ୱାଳ, ସତ୍ୟବ୍ରତ ବାରିକ, ରାଜେଶ ଜେନା, ସୁରେଶ ମହାନ୍ତି, ସୂର୍ଯ୍ୟନାରାୟଣ ବେହେରା, ଉଷା ପାତ୍ର, ନୃସିଂହ ପାତ୍ର, ଦୀପକ କାହାଳୀ, ଶୀତାଂଶୁ ଶତପଥୀ, ଅବଦୁଲ ମୋକିତ, ମୁସ୍ତାକିମ ପ୍ରମୁଖ ଉପସ୍ଥିତଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ