ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ ଯୋଜନା ଅଟେ ଓଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦:୪୦ ଅଟେ । ଗ୍ରାମ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସରକାରଙ୍କସ୍ତରରେ ଅତ୍ୟନ୍ତ ତୀବ୍ର ନିରୀକ୍ଷଣ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ସହାୟତା ରାଶି ଅଣ ସମନ୍ୱିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଅଣ- ଆଇଏପି ଜିଲ୍ଲାମାନଙ୍କରେ ୧,୨୦,୦୦୦ ଟଙ୍କା ହୋଇଥିବାବେଳେ, ସମନ୍ୱିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଆଇଏପି ଜିଲ୍ଲାଗୁଡ଼ିକରେ ଏହା ୧,୩୦,୦୦୦ ଟଙ୍କା ଅଟେ । ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ପ୍ରୋତ୍ସାହିତ କରି ଓଡ଼ିଶା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ସମାପ୍ତ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଏତଦବ୍ୟତୀତ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀମାନଙ୍କୁ ଅଣ-ଆଇଏପି ଜିଲ୍ଲାମାନଙ୍କରେ ୯୦ ଦିନ ଓ ଆଇଏପି ଜିଲ୍ଲାମାନଙ୍କରେ ୯୫ ଦିନ ପର୍ଯ୍ୟନ୍ତ ମଜୁରୀ ମିଳିଥାଏ । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨,୦୦୦ ଟଙ୍କା ମିଳିଥାଏ ଓଅର୍ଥାତ, ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ଅଣ-ଆଇଏପି ଜିଲ୍ଲାଗୁଡ଼ିକରେ ୧,୭୨,୦୦୦ ଟଙ୍କା ମିଳୁଥିବାବେଳେ ଆଇଏପି ଜିଲ୍ଲାମାନଙ୍କରେ ୧,୮୨,୦୦୦ ଟଙ୍କା ମିଳୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସଫଳ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଉପଯୁକ୍ତ ଯୋଗ୍ୟ ହିତାଧିକାରୀ ଚୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଅଟେ । ଆଗାମୀ ଦିନରେ ୮.୧୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ୧.୪୨ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)-ସ୍ୱତନ୍ତ୍ର ପାଇଁ ଯୋଗ୍ୟ ହିତାଧିକାରୀ ସ୍ୱଚ୍ଛତାର ସହ ଚୟନ କରିବା ଦିଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତ୍ୟନ୍ତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଛି ଓସମାଜର ସମସ୍ତ ବର୍ଗର ଲୋକଙ୍କୁ ଏହି ଦିଗରେ ଯଥେଷ୍ଟ ସହଯୋଗ ପାଇଁ ଅନୁରୋଧ କରାଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ