ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

Photo By I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥସେବାର ୧୯ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇ ଆଜି ସେମାନଙ୍କୁ ପୌରସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ କିପରି ଓ କେଉଁ ପ୍ରକାରରେ ହିସାବ ରଖିବେ ଏବଂ ପ୍ରାର୍ଥୀ/ପ୍ରାର୍ôଥନୀମାନେ ଧାର୍ଯ୍ୟ ନିର୍ବାଚନୀ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କଲେ କ’ଣ କରାଯିବ ସେ ସଂପର୍କରେ ବିସ୍ତୃତ ଭାବେ ତାଲିମ ଦିଆଯାଇଛି । ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ରନାଥ ସାହୁ ଏବଂ ସ୍ୱତନ୍ତ୍ର ସଚିବ ରଘୁରାମ ଆର. ଆୟାର ପ୍ରମୁଖ ଉପସ୍ଥିତ ରହି ଅଧିକାରୀମାନଙ୍କୁ ପ୍ରାର୍ଥୀମାନଙ୍କର ଖର୍ଚ୍ଚ ସମ୍ପର୍କରେ ଅବଗତ କରାଇଥିଲେ । ଆସନ୍ତା ୧୫ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଆବଣ୍ଟିତ ହୋଇଥିବା ବିଭିନ୍ନ ଜିଲ୍ଲା ଗସ୍ତ କରି ସେମାନେ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିବେ । ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀ/ପ୍ରାର୍ôଥନୀମାନଙ୍କର ଯାବତୀୟ ଖର୍ଚ୍ଚର ହିସାବ କିତାବକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଏକ ରେଜିଷ୍ଟରରେ ଲିପିବଦ୍ଧ କରିବେ । ନିର୍ବାଚନରେ ପ୍ରାର୍ଥୀମାନେ କେତେ ସଂଖ୍ୟକ ଗାଡ଼ି ବ୍ୟବହାର କରୁଛନ୍ତି ଓ ବ୍ୟାନର-ପୋଷ୍ଟର ବାବଦର ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଏକ ରେଜିଷ୍ଟରରେ ଲିପିବଦ୍ଧ କରାଯିବା ସହ ଖର୍ଚ୍ଚ ପଯ୍ୟବେକ୍ଷକମାନେ ସେସବୁକୁ ତର୍ଜମା କରିବେ । ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ବାଚନୀ ଖର୍ଚ୍ଚ ଏବଂ ନିର୍ଦ୍ଧାରିତ ଗାଡ଼ିର ବ୍ୟବହାର, ପ୍ରାର୍ଥୀ/ପ୍ରାର୍ôଥନୀମାନେ ନିର୍ବାଚନରେ ବ୍ୟବହାର କରୁଛନ୍ତି ନା ତା’ଠାରୁ ଅଧିକ ନିର୍ବାଚନୀ ଖର୍ଚ୍ଚ ଓ ଗାଡ଼ି ବ୍ୟବହାର କରୁଛନ୍ତି, ସେ ସମ୍ପର୍କରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍ଣ ଦୃଷ୍ଟିଦେବା ସହ ସାଧାରଣ ପର୍ଯ୍ୟବେକ୍ଷକ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି