ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି

News by Biswjit Dalai (Salepur)

#ସାଲେପୁର (ଏନ୍‌.ଏମ୍‌.): ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବନମାଳିପୁର ଗ୍ରାମରେ । ଉକ୍ତ ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ (ଜଣଙ୍କୁ ୯ ବର୍ଷ ଓ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଥିଲା) ସକାଳେ ଘର ବାହାରେ ଖେଳୁଥିଲେ । ତେବେ କିଛି ସମୟ ପରେ ସେମାନଙ୍କୁ ସେଠାରେ ନପାଇବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ଘର ପାଖ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ଶବ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଦୁଇ ଭଉଣୀଙ୍କ ଦାଦା ବିକାଶ ପଣ୍ଡା କହିଛନ୍ତି ଯେ ଛୁଆ ଦୁଇଟି ଘର ପାଖ ରାସ୍ତାରେ ଖେଳୁଥିଲେ । ଖେଳୁ ଖେଳୁ କେତେବେଳେ ପୋଖରୀ ପାଖକୁ ଚାଲି ଯାଇଥିଲେ । ଘର ଲୋକ କେହି ଦେଖି ପାରି ନଥିଲେ । ପରେ ସେମାନେ ଆଖପାଖରେ କେଉଁଠି ଦେଖା ନଯିବାରୁ ଖୋଜାଖୋଜି କରାଯାଇଥିଲା । ପୋଖରୀରେ ବଡ଼ ଝିଅର ମୃତଦେହ ଭାସୁଥିବା ଦେଖି ଖୋଜାଖୋଜି କରିବା ପରେ ସାନ ଝିଅର ମୃତଦେହ ମିଳିଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ