ପେନ୍‌ସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା

ପେନ୍‌ସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା

ପେନ୍‌ସନଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା


ଭୁବନେଶ୍ୱର(ଏନ୍‌.ଏମ୍‌.): କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ପେନ୍‌ସନ୍‌ଭୋଗୀମାନଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍‌) ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁମ-୧ର ରୁଲ୍ ୩୧୪ ଅନୁଯାୟୀ ପ୍ରତିବର୍ଷ ପେନ୍‌ସନ୍‌ଭୋଗୀମାନେ ନଭେମ୍ବର ୩୦ ତାରିଖ ମଧ୍ୟରେ ଜୀବିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ । ଏହାଛଡ଼ା ସେମାନଙ୍କୁ ବିବାହ କରିନଥିବା, ପୁନର୍ବିବାହ ଓ ଅନ୍ୟତ୍ର ନିୟୋଜନ ସମ୍ବନ୍ଧୀୟ ଘୋଷଣାନାମା ଦେବାକୁ ପଡ଼ିଥାଏ । ରାଜ୍ୟ ସରକାର କୋଭିଡ୍‌-୧୯ ମହାମାରୀର ପ୍ରଭାବ ବଳବତ୍ତର ରହିଥିବା ଦୃଷ୍ଟିରୁ ଏହି ପ୍ରମାଣପତ୍ର ଦାଖଲ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ