ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର

ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର

ପେଟ୍ରୋଲ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର, ଲାଗୁ ହେଲା ନୂଆ ଦର


ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପୁଣି ହ୍ରାସ ପାଇଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର ଭାଟ କମାଇବା ପରେ ତେଲ ଦର ଆହୁରି କମିବ ବୋଲି ଜଣାପଡ଼ିଛି । ରାଜ୍ୟସରକାର ଭାଟ କମାଇବା ପରେ ନୂତନ ଦର ଆଜିଠାରୁ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଲେଖାଏଁ ଭାଟ୍ ହ୍ରାସ କରାଯାଇଛି । ସମ୍ପ୍ରତି ରାଜ୍ୟ ସରକାର ପେଟ୍ରୋଲରୁ ୨୮ ପ୍ରତିଶତ, ଡିଜେଲରୁ ୨୪ ପ୍ରତିଶତ ଭାଟ୍ ନେବେ । ପୂର୍ବରୁ ପେଟ୍ରୋଲରେ ୩୨ପ୍ରତିଶତ ଓ ଡିଜେଲ ଉପରେ ୨୮ପ୍ରତିଶତ ଭାଟ ଲାଗୁଥିଲା । ସଂଶୋଧିତ ଭାଟ୍ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୪ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୮୬ ପଇସା ହ୍ରାସ ପାଇବ । ଏହି ଆଧାରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୦ ପଇସା ଏବଂ ଡିଜେଲ ଲିଟର ପିଛା ୯୧ ଟଙ୍କା ୬୩ ପଇସାରେ ପହଞ୍ଚିଛି । ତେବେ ଆଗରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ କମ୍ କରିବା ଫଳରେ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ