ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ

ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ

ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ


କଟକ(ଏନ୍‌.ଏମ୍‌.): ପୂର୍ବତନ ହକି ଖେଳାଳି ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ନିରଞ୍ଜନ ବେହୁରାଙ୍କର କଲେଜଛକ ସମାଧିପାଟଣାସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଲକ୍ଷ୍ମୀ ବେହୁରା, ତିନିପୁଅ, ବୋହୁ, କନ୍ୟା, ନାତି, ନାତୁଣୀ ଓ ଆତ୍ମୀୟସ୍ୱଜ୍ଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ସାହି ମୁରବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ଏକ ପଟୁଆରରେ କାଳିଆବୁଦା ଶ୍ମଶାନକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଦୀପକ କୁମାର ବେହୁରା ମୁଖାଗ୍ନି ଦେଇଥିଲେ ।
ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗର ପୂର୍ବତନ ବରିଷ୍ଠ ଡେମନଷ୍ଟ୍ରେଟର, ଓଡ଼ିଶା ରାଜ୍ୟ ତଥା ବିଶ୍ୱବିଦ୍ୟାଳୟସ୍ତରରେ ପ୍ରତିନିଧିତ୍ୱ କରି ସୁନାମ ଅର୍ଜନ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୯୬୮ରୁ ୧୯୯୭ ପର୍ଯ୍ୟନ୍ତ ମନସ୍ତତ୍ତ୍ୱ ବିଭାଗରେ ବରିଷ୍ଠ ଡ଼େମନଷ୍ଟ୍ରେଟର ଭାବେ ଚାକିରୀକାଳ ଶେଷ କରି ଅବସର ଗ୍ରହଣ କରିଥିଲେ । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା ରାଜ୍ୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ହକି ଖେଳରେ ଗୋଲକିପର ଏବଂ ପରବର୍ତ୍ତୀ ସମୟରେ ଅଧିନାୟକ ଭାବେ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରି ରାଜ୍ୟ ଲାଗି ବେଶ ସୁନାମ ଅର୍ଜନ କରିଥିଲେ । ସେହିପରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ତାଙ୍କର ବିଶେଷ ସୁଖ୍ୟାତି ରହିଥିଲା । ‘ଅଭିନେତ୍ରୀ’, ‘ଅନ୍ୟାୟ ସହିବି ନାହିଁ’, ‘ଚିହ୍ନା ଅଚିହ୍ନା’ ଏବଂ ‘ରାମ ବଳରାମ’ ପରି ଅନେକ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକ ମହଲରେ ନିଜର ଲୋକପ୍ରିୟତାର ପ୍ରମାଣ ଛାଡ଼ି ଯାଇଛନ୍ତି । ତାଙ୍କ ବିୟୋଗ ଯୋଗୁ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ