ପୂର୍ବତନ କର୍ପୋରେଟରଙ୍କ ମାତୃବିୟୋଗ

ପୂର୍ବତନ କର୍ପୋରେଟରଙ୍କ ମାତୃବିୟୋଗ

ପୂର୍ବତନ କର୍ପୋରେଟରଙ୍କ ମାତୃବିୟୋଗ

News by Padmalochan Mishra (Cuttack)

#କଟକ(ଏନ୍‍.ଏମ୍‍.): କଟକ ମହାନଗର ନିଗମ ପୂର୍ବତନ କର୍ପୋରେଟର ତଥା ଲୋକସଭା ସାଂସଦଙ୍କ ସିଏମସି ପ୍ରତିନିଧି ଚିରଞ୍ଜୟ ସାହୁ(କୁନୁ)ଙ୍କ ମାତା ନିଶାମଣୀ ସାହୁଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡ଼ିତ ଥିଲେ । ଜଣେ ମିଷ୍ଠଭାଷୀ, ଧର୍ମପ୍ରାଣା, ମେଳାପି ମହିଳା ଭାବେ ଅଞ୍ଚଳରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅନ୍ତିମ ଶଯ୍ୟାନିକଟରେ ପୁତ୍ର, ପୁତ୍ରବଧୁ, ନାତି ନାତୁଣୀଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ, ପୂର୍ବତନ କର୍ପୋରେଟର ଜୟଦେବ ଜେନା, କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ବାବୁଲି ଭୂୟାଁ ପ୍ରମୁଖ ବହୁ ଜନପ୍ରତିନିଧି ତାଙ୍କ ଚାଉଳିଆଗଞ୍ଜସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପୂରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ