ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ:  ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ:

ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା 


#ବଲାଙ୍ଗିର(ଏନ୍‌.ଏମ୍‌.): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ  ଲକ୍ଷେ ଟଙ୍କା ପୁରସ୍କାର ରାଶି ମିଳିବ । ବଲାଙ୍ଗିର ପୁଲିସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଏହା ସହ ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇ ପୁଲିସ ଫଟୋ ମଧ୍ୟ ଜାରି କରିବା ସହ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କ ପୋଷ୍ଟର ମରାଯାଇଛି । ଗୋବିନ୍ଦ ଟିଟିଲାଗଡ଼ ପୁଲିସ୍ ବ୍ୟାରେକରେ ଥିବା ବେଳେ ଗତ ରବିବାର ରାତିରେ ହାତ ଧୋଇଯିବାକୁ କହି ଖସି ପଳାଇଥିଲେ । ଆଜି ସକାଳେ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ ।
ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଗୋବିନ୍ଦଙ୍କୁ ପୁଲିସ ଅଟକ ରଖିଥିଲା । ତେବେ ଗୋବିନ୍ଦ ପୁଲିସ ପଞ୍ଝାରୁ ଚମ୍ପଟ ମାରିବା ପରେ ପୁଲିସର ସନ୍ଦେହ ଅଧିକ ଘନିଭୂତ ହୋଇଥିଲା । ଏହି ଘଟଣାରେ ୩ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ ହୋଇଥିଲା । ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି । ଉକ୍ତ ସ୍ଥାନକୁ ପୁଲିସ୍ ଚାରିପଟୁ ସିଲ୍ କରି ଦେଇଛି । ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍‌, ବ୍ରେସଲେଟ୍‌, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ