ପୁଲିସ ଠାରୁ ନିରାଶ ହେବା ପରେ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବୃଦ୍ଧ

ପୁଲିସ ଠାରୁ ନିରାଶ ହେବା ପରେ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବୃଦ୍ଧ

ପୁଲିସ ଠାରୁ ନିରାଶ ହେବା ପରେ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବୃଦ୍ଧ

News by Dillip Muduli (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ଲୋକସେବା ଭବନ ଆଗରେ ଜଣେ ବୃଦ୍ଧ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ପୁଲିସ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫିନାଇଲ ପିଇଥିବା ବ୍ୟକ୍ତିଙ୍କ ନାମ ରବୀନ୍ଦ୍ର ଦାସ ଓ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ପୁଲିସ ଏତଲା ରଖୁନଥିବାରୁ ମ୍ରିୟମାଣ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି । ସୂଚନାନୁସାରେ ରବୀନ୍ଦ୍ରଙ୍କର କଳିଙ୍ଗ ବିହାରରେ ଏକ ଦୋକାନ ଥିଲା । ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ଦୋକାନକୁ କୌଶଳ କ୍ରମେ ହଡ଼ପ କରିନେଇଛି । ତେବେ ଏହାକୁ ନେଇ ରବୀନ୍ଦ୍ର ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ ମଧ୍ୟ କରିଥିଲେ । ହେଲେ ପୁଲିସ ଏତଲା ନରଖିବା ଯୋଗୁଁ ଥାନାକୁ ବାରମ୍ବାର ଦୌଡ଼ି ଥିଲେ । ତଥାପି ପୁଲିସ ତାଙ୍କ କଥା ଶୁଣି ନଥିଲା । ବାରମ୍ବାର ପୁଲିସକୁ ସେ ଗୁହାରୀ ଜଣାଇଥିଲେ ମଧ୍ୟ ପୁଲିସର କୌଣସି ପଦକ୍ଷେପ ବଦଳରେ ତାଙ୍କୁ ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିବା ସହ ଲୋକସେବା ଭବନ ଆଗରେ ଅନଶନରେ ବସିଥିଲେ । ତେବେ ତାଙ୍କୁ ନ୍ୟାୟ ମିଳିବା କ୍ଷେତ୍ରରେ କାହାରି ସହଯୋଗ ନମିଳିବାରୁ ସେ ନିରାଶ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । ତେବେ ଗୋଟିଏ ପଟେ ପୁଲିସ ବିଭାଗରେ ସଂସ୍କାର ଆଣିବା, ସମସ୍ତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ତତ୍ପରତା ଦେଖାଇବା, ୫ଟି ବ୍ୟବସ୍ଥା ଅନୁଯାୟୀ ଥାନାରେ ଅଭିଯୋଗ ଗ୍ରହଣ କରିବା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମ କରାଯାଇଥିଲେ ମଧ୍ୟ ତାହା ଫଳବତୀ ହେଉନଥିବା ଅଭିଯୋଗ ହୋଇଛି । ପୁଲିସ ସେବା କ୍ଷେତ୍ରରେ ସରକାର ଯେଉଁ ସଂସ୍କାର ଆଣିବାକୁ ଉଦ୍ୟମ କରିଛନ୍ତି ବିଭାଗୀୟ କିଛି ଅଧିକାରୀଙ୍କ ଯୋଗୁଁ ସେ ସବୁ ପାଣିର ଗାର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ପୁଲିସ ସତେ ଯେମିତି ବ୍ରିଟିଶ ନୀତି ଅବଲମ୍ବନ କରୁଛି ତାହା ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି । ତେଣୁ ଆଗାମୀ ଦିନରେ ସରକାର ଏ ନେଇ ବଳିଷ୍ଠ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଦାବି ଉଠିଛି । ନଚେତ ରବୀନ୍ଦ୍ରଙ୍କ ଭଳି କେତେ ଲୋକ ନିରାଶ ହୋଇ ଏଭଳି କିଛି ଅଘଟଣ ଘଟାଇବାକୁ ବାଧ୍ୟ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ