ପୁଲିସ ଏଏସଆଇଙ୍କ ଗୁଳିରେ ଆଖିବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ପୁଲିସ ଏଏସଆଇଙ୍କ ଗୁଳିରେ ଆଖିବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ପୁଲିସ ଏଏସଆଇଙ୍କ ଗୁଳିରେ ଆଖିବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

News by B.Mishra (Bhubaneswar)

#ଭୁବନେଶ୍ୱର (ଏନ୍‌.ଏମ୍‌.): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ଗୁଳିବାଜିବା ଫଳରେ ସେ ଗୁରୁତର ହୋଇ ପଡ଼ିବାରୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏୟାର ଲିଫ୍ଟରେ ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କ ଛାତି ତଳକୁ ବାମପାଖରେ ଗୁଳି ବାଜିଥିବା ବେଳେ ତାଙ୍କୁ ଆପୋଲ ହସ୍ପିଟାଲକୁ ଏୟାର ଲିଫ୍ଟରେ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ରାଜ୍ୟପାଳ, ଅନ୍ୟାନ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି । ତେବେ ଜଣେ ପୁଲିସ ଏଏସଆଇଙ୍କ ଏଭଳି କାର୍ଯ୍ୟକୁ ତିବ୍ର ନିନ୍ଦା କରାଯାଇଥିଲା ।
ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଆସିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ହଠାତ୍ କେହି କିଛି ଜାଣି ପାରି ନଥିଲେ । କିନ୍ତୁ ଶ୍ରୀ ଦାସ ପଡ଼ିଯିବା ପରେ ସମସ୍ତେ ଜାଣିଲେ ଯେ ଗୁଳି ମାଡ଼ ହୋଇଛି ଓ ଗୁଳି ଶ୍ରୀ ଦାସଙ୍କ ଦେହରେ ବାଜିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଏକ ହେଲିକାପ୍ଟର ଯୋଗେ ଭୂବନେଶ୍ୱରକୁ ନିଆଯାଇଥିଲା । ବ୍ରଜରାଜନଗର ଗାନ୍ଧୀଛକ ଆଉଟ ପୋଷ୍ଟରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିବା ଜଣାପଡ଼ିଛି । ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଏହି ସୂଚନା ଦେଇଥିଲେ । ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣାପଡ଼ିନି । ଏନେଇ ତାଙ୍କୁ ପଚରାଉଚରା କରାଯାଉଥିବା ଏସ୍‌ଡିପିଓ କହିଛନ୍ତି । ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ଓ ଜଣେ ପୁଲିସ୍ ଆଇଆଇସି ମଧ୍ୟ ଆହତ ହୋଇଥିଲେ । ନବ ଦାସଙ୍କ ଦେହରେ ଗୁଳି ବାଜିବା ପରେ ଆଉ ୪/୫ ରାଉଣ୍ଡ ଗୁଳି ଫୁଟିଥିବାର କୁହାଯାଉଛି । ଏହି ଘଟଣା ପରେ ବ୍ରଜରାଜନଗରରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବାବେଳେ ଅରୁଣ ବୋଥ୍ରା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ