ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା

ପୁଲିସର ଦୁର୍ବବ୍ୟହାର ଘଟଣା ନେଇ ଡାକ୍ତରୀ ଛାତ୍ର ଫାଟକରେ ତାଲା ପକାଇ ଧାରଣା


#କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ର ଜଣେ ଡାକ୍ତରୀ ଛାତ୍ରଙ୍କୁ ପୁଲିସ ଦୁର୍ବବ୍ୟହାର କରିଥିବା ନେଇ ମେଡ଼ିକାଲ ପରିସରରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଏଭଳି ଘଟଣାକୁ ଡାକ୍ତରୀଛାତ୍ରମାନେ ପ୍ରତିବାଦ କରି ମେଡିକାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଡାକ୍ତରୀଛାତ୍ରମାନେ ପ୍ରାୟ ଅଧଘଣ୍ଟା ଧରି ମେଡିକାଲର ରାଣୀହାଟ ପାଶ୍ୱର୍ ଫାଟକରେ ତାଲା ଝୁଲାଇ ରଖିଥିଲେ । ଫଳରେ କିଛି ସମୟ ଲାଗି ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ଶହଶହ ଗାଡି ଓ ଏହା ଭିତରେ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା । ଖବର ପାଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ôଚ ମେଡ଼ିକାଲ କର୍ତ୍ତୃପକ୍ଷ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାର ସମାଧାନ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଏସସିବିରେ ଉଚ୍ଛେଦ କାର୍ଯ୍ୟ ଲାଗି ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଞ୍ଚଳିକ ମେରୁଦଣ୍ଡ ଆଘାତ ଜନିତ କେନ୍ଦ୍ରକୁ ପିଜି ଦ୍ୱିତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ର ଯାଉଥିବା ବେଳେ ପାଶ୍ୱର୍ରେ ଉଚ୍ଛେଦ କାର୍ଯ୍ୟ ଚାଲୁଥିବା ଯୋଗୁଁ ସାଧାରଣ ଯାତାୟତ ବନ୍ଦ ରଖାଯାଇଥିଲା । ଡାକ୍ତରୀ ଛାତ୍ର ଜଣକ ସେଠାରେ ପହଞ୍ôଚବା ପରେ ନିଜର ପରିଚୟ ଦେଇଥିଲେ । ହେଲେ ସେଠାରେ ନିୟୋଜିତ ଜଣେ ପୁଲିସ କର୍ମଚାରୀ ଉକ୍ତ ଡାକ୍ତରୀଛାତ୍ରଙ୍କୁ ଯିବାକୁ ଦେଇନଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ କଥାକଟା ହେବା ସହିତ ପିଜି ଛାତ୍ରଙ୍କ ଅନ୍ୟ ସହଯୋଗୀଙ୍କୁ ଡକାଇ ଦେଇଥିଲେ । ଡାକ୍ତରୀ ଛାତ୍ର ଜଣଙ୍କୁ ପୁଲିସ କର୍ମଚାରୀ ଜଣକ ଦୁର୍ବବ୍ୟହାର କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ଶହଶହ ଡାକ୍ତରୀ ଛାତ୍ର ଏକଜୁଟ ହୋଇ ହୋହାଲ୍ଲା କରିଥିଲେ । ପରେ ରାଣୀହାଟ ପାଶ୍ୱର୍ ଫାଟକରେ ତାଲା ପକାଇ ଦେଇଥିଲେ । ଏସିବି ମେଡିକାଲ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ସମେତ ଥାନାଧିକାରୀ ଅମିତାଭ ମହାପାତ୍ର ଓ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଘଟଣା ସ୍ଥଳରେ ଆନ୍ଦୋଳନକାରୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଓହରିଥିଲେ । ସମନ୍ୱୟ ଅଭାବରୁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ମଙ୍ଗଳାବାଗ ଥାନା ପକ୍ଷରୁ କୁହାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ